ବିଭିନ୍ନ ରାଜନୈତିକି ପାର୍ଟି ଅଫିସରେ ସାଧାରଣତନ୍ତ୍ର ଦିବସ ପାଳିତ, କର୍ମୀଙ୍କ ଗହଣରେ ହେଲା ପତାକା ଉତ୍ତୋଳନ

NEWS7
farmer-ends-hunger-strike-dallebal-gets-glucose

ଭୁବନେଶ୍ୱର ୨୬।୦୧ : ସାରା ଦେଶ ପାଳୁଛି ୭୭ ତମ ଗଣତନ୍ତ୍ର ଦିବସ । ଏହି ଅବସରରେ ଉତ୍ସବ ମୁଖର ସାରା ଦେଶ । ଏହିକ୍ରମରେ ରାଜ୍ୟର ବିଭିନ୍ନ ରାଜନୈତିକି ପାର୍ଟି ଅଫିସରେ ପତାକା ଉତ୍ତୋଳନ କରାଯାଇଛି।

ଭୁବନେଶ୍ୱର ସ୍ଥିତ ବିଜେପି ପାର୍ଟିରେ ପତାକା ଉତ୍ତୋଳନା କରାଯାଇଛି । ଯେଉଁଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପହଞ୍ଚି ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ଏକାମ୍ର ବିଧାୟକ ବାବୁ ସିଂ, ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ, ଅରବିନ୍ଦ ଢ଼ାଲି, ପ୍ରିୟଦର୍ଶୀ ମିଶ୍ର ଏବଂ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ । କର୍ମୀଙ୍କୁ ଉଦ୍ବୋଧନ ଦେବା ସହିତ ରାଜ୍ୟ ସଭାପତି ରାଜ୍ୟବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଦେଇଛନ୍ତି ।

 

ସେହିପରି ରାଜ୍ୟ କଂଗ୍ରେସ ଭବନରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଜ୍ୟ କଂଗ୍ରେସର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ବହୁ ବରିଷ୍ଟ ନେତା କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଉଦବୋଧନ ଦେବା ସମୟରେ କହିଥିଲେ ବ୍ରିଟିଶ ଶାସନରୁ ମୁକ୍ତ କରି ଏକ ସ୍ଵାଧୀନ ଦେଶରେ ଭାରତୀୟଙ୍କୁ ନିଜ ଇଚ୍ଛାରେ ନିଶ୍ଵାସ ପ୍ରଶ୍ବାସ ନେବାକୁ ସୁଯୋଗ ଦେଇଥିବା ମହାପୁରୁଷମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

 

ସେହିପରି ଶଙ୍ଖ ଭବନରେ ସାଧାରଣତନ୍ତ୍ର ଦିବସ ପାଳିତ । ବିଜେଡି ପାର୍ଟି ଅଫିସରେ ପତାକା ଉତ୍ତୋଳନ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଅବସରରେ ବିଜେଡି ବରିଷ୍ଠ ଉପସଭାପତି ଶ୍ରୀ ଦେବୀପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରି କହିଛନ୍ତି ଯେ, ଭାରତ ଏକ ମହାନ ଦେଶ । ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଆମ ସ୍ୱାଧୀନତା ସଂଗ୍ରାମ ସାରା ବିଶ୍ୱକୁ ଶାନ୍ତି,ଅହିଂସା ଓ ମୈତ୍ରୀର ବାର୍ତ୍ତା ଦେଇଛି ।