ଝିଅକୁ ପର୍ଣ୍ଣ୍ ଭିଡିଓ ଦେଖାଇ ଖରାପ କାମ କରୁଥିଲା ବାପା, ବର୍ଷ ବର୍ଷ ଧରି ଲୁଟି ଚାଲିଥିଲା ଇଜ୍ଜତ, ଧରା ପଡିଲା ଏମିତି...

NEWS7
farmer-2-storey-house-moving-his-500-feet-away-from-its-existing-place-in-punjab

ନୂଆଦିଲ୍ଲୀ,୨|୦୨ : ଝିଅ ସହ ଖରାପ କାମ । ବାରମ୍ବାର ଝିଅର ଦେହ ସହ ଖେଳୁଥିଲା ବାପା । କଅଁଳମତି ଝିଅ ପ୍ରଥମେ କିଛି ବୁଝି ପାରୁନଥିଲା । ହେଲେ ପରେ ସବୁ ସତ ସାମ୍ନାକୁ ଆସିଗଲା । ଜଣାପଡିଲା ବାପାର ଘୃଣ୍ୟ କାମ । କେମିତି ଜଣେ ବ୍ୟକ୍ତି ନିଜ ନାବାଳିଆ ଝିଅର ଇଜ୍ଜତ ଲୁଟୁଥିଲା ତାହା ସମସ୍ତେ ଜାଣିବା ପରେ ସ୍ତବ୍ଧ ହୋଇଯାଇଛନ୍ତି । ଏପରି କିଛି ଘଟିଛି ଗୁଜରାଟରେ ।

ରିପୋର୍ଟ ଅନୁସାରେ, ଗୁଜରାଟର ରାଜକୋଟ ଜିଲ୍ଲାରେ ରୁହନ୍ତି ଜଣେ ବ୍ୟକ୍ତି । ତାଙ୍କ ପତ୍ନୀ ଦୀର୍ଘ ବର୍ଷ ହେଲା କ୍ୟାନସରରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇଯାଇଛନ୍ତି । ସେମାନଙ୍କର ଗୋଟିଏ ଝିଅ ରହିଛି । କିନ୍ତୁ କିଛି ଦିନ ତଳେ ୧୯ ବର୍ଷୀୟ ଝିଅ ହଠାତ ଘରୁ ନିଖୋଜ ହୋଇଯାଇଥିଲେ । ଯାହା ପରେ ବ୍ୟକ୍ତି ଜଣଙ୍କ ଉପଲେଟା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଉପଲେଟା ପୋଲିସ ରାଜକୋଟ୍ କ୍ରାଇମବ୍ରାଞ୍ଚ୍ ସହ ମିଶି ଖୋଜାଖୋଜି କରିଥିଲା । ପରେ ଝିଅଙ୍କୁ ଉଦ୍ଧାର କରାଯାଇ ପଚରାଉଚରା କରାଯାଇଥିଲା ।

ଜେରା ବେଳେ ସାଙ୍ଘାତିକ ସତ

ପଚରାଉଚରା ବେଳେ ଯୁବତୀ ଜଣଙ୍କ କହିଥିଲେ ଯେ, ସେ ଛୋଟ ଥିବା ସମୟରୁ ବାପା ତାଙ୍କୁ ଯୌନ ନିର୍ଯାତନା ଦେଉଥିଲେ । ତାଙ୍କ ଦେହ ସହ ଖେଳୁଥିଲେ । ମାଆ ଶଯ୍ୟାଶାୟୀ ହେଲା ପରେ ବାପାର ପାପ କାମ ଆରମ୍ଭ ହୋଇଯାଇଥିଲା । ଗତ ୪-୫ ବର୍ଷ ଧରି ବାପା ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । କାହାକୁ କିଛି କହିଲେ ଧମକ ମଧ୍ୟ ଦେଉଥିଲେ ।

କେବଳ ଏତିକି ନୁହେଁ ବାପା ତାଙ୍କୁ ପର୍ଣ୍ଣ ଭିଡିଓ ଦେଖାଉଥିଲେ । ଯଦି ଝିଅ କାନ୍ଦୁଥିଲା ତେବେ ସେ ଟିଭିର ସାଉଣ୍ଡ୍ ବଢାଇ ଦେଉଥିଲେ । ଏହାଦ୍ୱାରା ବାହାରେ କେହି ଝିଅର କାନ୍ଦ ଶୁଣିପାରୁନଥିଲେ ।

ଦୋଷ ମାନିଲା କାମୁକ ବାପା

ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତ ବାପାକୁ ସବୁ କଥା ପଚାରିଥିଲେ । ବାପା ମଧ୍ୟ ସବୁ ଦୋଷକୁ ମାନିନେଇଛି । ପୋକ୍ସୋ ଆକ୍ଟ୍ ଅନୁସାରେ ଥାନାରେ ମାମଲା ହୋଇଛି । ଅଭିଯୁକ୍ତକୁ ଗିରଫ ମଧ୍ୟ କରାଯାଇଛି ।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ବାପା ବିରୋଧରେ ଅନେକ ପ୍ରମାଣ ମିଳିଛି । ଘରୁ ବହୁତ ପରିମାଣର ଆପତ୍ତିଜନକ ଜିନିଷ ଜବତ ହୋଇଛି । ଜବତ ମୋବାଇଲ ଫୋନକୁ ଫରେନ୍ସିକ୍ ଟେଷ୍ଟ୍ ପାଇଁ ପଠାଯାଇଛି । ଖାଲି ଝିଅ ନୁହେଁ ସଂପୃକ୍ତ ବ୍ୟକ୍ତି ନିଜ ଝିଆରୀକୁ ମଧ୍ୟ ଯୌନ ନିର୍ଯାତନା ଦେଇଛନ୍ତି । ତଦନ୍ତ ଜାରି ରହିଛି । ଆଗକୁ ଅଧିକରୁ ଅଧିକ ଧାରା ଲାଗିପାରେ । ଫରେନ୍ସିକ୍ ରିପୋର୍ଟ ମିଳିବା ପରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ପୀଡିତାଙ୍କୁ ଏବେ କାଉନସେଲିଂ କରାଯାଉଥିବା ସେ ପ୍ରକାଶ କରିଛନ୍ତି ।