ରାୟପୁର ୨୬।୬: ଛତିଶଗଡ଼ର ପ୍ରସିଦ୍ଧ ହାସ୍ୟକବି ପଦ୍ମଶ୍ରୀ ଡ. ସୁରେନ୍ଦ୍ର ଦୁବେଙ୍କ ଗୁରୁବାର ପରଲୋକ ହୋଇଛି। ରାୟପୁରର ମେକାହାରସ୍ଥିତ ଏସିଆଇରେ ଚିକିତ୍ସା କାଳରେ ତାଙ୍କର ପରଲୋକ ହୋଇଛି। ତାଙ୍କ ପରିବାରର ନିକଟତମ ଏହି ଖବର ପୁଷ୍ଟି କରିଛନ୍ତି। ସୂଚନା ଅନୁାସାରେ ୨ ଦିନ ପୂର୍ବେ ଡ. ଦୁବେ ହୃଦଘାତର ଶିକାର ହୋଇଥିଲେ। ଏହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଚିକିତ୍ସିତ ହେଉଥିଲେ।
ଡ. ସୁରେନ୍ଦ୍ର ଦୁବେଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ରାୟପୁର କଲେକ୍ଟର ଏସିଆଇ ସେଣ୍ଟର ପହଞ୍ଚି ସେଠାରେ ତାଙ୍କୁ ଶେଷ ଦର୍ଶନ କରିଛନ୍ତି। ସେହିପରି ମନ୍ତ୍ରୀ ଓ.ପି. ଚୌଧୁରୀ ମଧ୍ୟ ଏସିଆଇ ସେଣ୍ଟର ପହଞ୍ଚିଛନ୍ତି। ଡ. ସୁରେନ୍ଦ୍ର ଦୁବେ ନା କେବଳ ଛତିଶଗଡ଼ର କବି ଥିଲେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ତାଙ୍କର ବେଶ୍ ପ୍ରସିଦ୍ଧି ଥିଲା। ତାଙ୍କ ପରଲୋକରେ ଛତିଶଗଡ଼ର ହାସ୍ୟ ଓ ବ୍ୟାଙ୍ଗ ଜଗତରେ ଅପୂରଣୀୟ କ୍ଷତି ହୋଇଛି। ଅନେକ ଜଣାଶୁଣା କବି ତାଙ୍କ ପରଲୋକରେ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି।
ପଦ୍ମଶ୍ରୀ ଡ. ସୁରେନ୍ଦ୍ର ଦୁବେ ହାସ୍ୟ କବିତାର ବ୍ୟଙ୍ଗବାଦୀ ଲେଖକ ଓ କବିଥିଲେ। ସେ ପେଷାରେ ଜଣେ ଆର୍ୟୁବେଦ ଡାକ୍ତର ମଧ୍ୟ ଥିଲେ। ଦୁବେଙ୍କ ଜନ୍ମ ୮ ଜାନୁୟାରୀ ୧୯୫୩ରେ ଛତିଶଗଡ଼ ଦୁର୍ଗର ବମେତାରାରେ ହୋଇଥିଲା। ସେ ଅନେକ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ତାଙ୍କୁ ପ୍ରାୟ ମଞ୍ଚ କାର୍ଯ୍ୟକ୍ରମ ଓ ଟେଲିଭିଜନ ସୋରେ ଦେଖାଯାଉଥିଲା। ଭାରତ ସରକାର ୨୦୧୦ ମସିହାରେ ତାଙ୍କୁ ଶୀର୍ଷ ନାଗରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନୀତ କରିଥିଲେ।
ଡ.ଦୁବେଙ୍କୁ ଛତିଶଗଡ଼ ଭାଷା ଓ ସଂସ୍କୃତିର ସଶକ୍ତ ପ୍ରତିନିଧି ମନେ କରାଯାଏ। ତାଙ୍କ ହାସ୍ୟ ଶୈଳୀରେ ସାମାଜିକ ବ୍ୟଙ୍ଗ ଓ ଟିକ୍କା ଟିପ୍ପଣୀ ରହୁଥିଲା, ଯାହା ସବୁ ବର୍ଗର ଲୋକଙ୍କୁ ହସାଇବାରେ ସହାୟକ ହେଉଥିଲା। ହାସ୍ୟ ଓ ବ୍ୟଙ୍ଗ କ୍ଷେତ୍ରରେ ତାଙ୍କର ଯୋଗଦାନ ସର୍ବଦା ପ୍ରେରଣାର ସ୍ରୋତ ହୋଇ ରହିବ। ତାଙ୍କ ପରଲୋକ ଖବର ସାହିତ୍ୟିକ ଜଗତ, ରାଜନୈତିକ ମହଲ ଓ ପ୍ରଶଂସକଙ୍କ ମଧ୍ୟରେ ଗଭୀର ଶୋକ ଛାଇ ଯାଇଛି।