Budget 2026: ଭିତ୍ତିଭୂମି ଉପରେ ରହିପାରେ ସରକାରଙ୍କ ଫୋକସ୍, FY୨୭ରେ ୧୨ ଲକ୍ଷ କୋଟି ଟଙ୍କା ଟପିପାରେ କ୍ୟାପେକ୍ସ

NEWS7
family-members-of-deceased-protest-tpcodl-office-with-demands-of-compansation-

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ରେ ସଂସଦରେ ଆଗାମୀ ବଜେଟ୍ ଉପସ୍ଥାପନ କରିବେ । ଏହି ବଜେଟ୍ ବିକଶିତ ଭାରତ ଗଠନ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସରକାରଙ୍କ ଫୋକସ୍ ଭିତ୍ତିଭୂମି ବିକାଶ ଉପରେ ଅଧିକ ରହିପାରେ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ସଦ୍ୟତମ ଇକୋରାପ୍ ରିପୋର୍ଟ ଆନୁସାରେ, ଆର୍ଥିକ ବର୍ଷ ୨୦୨୭ରେ କେନ୍ଦ୍ର ସରକାରଙ୍କ ପୁଞ୍ଜିଗତ ବ୍ୟୟ (କ୍ୟାପିଟାଲ୍ ଏକ୍ସପେଣ୍ଡିଚର୍) ୧୨ ଲକ୍ଷ କୋଟି ଟଙ୍କା ଟପିପାରେ ।

ଭିତ୍ତିଭୂମି ଉପରେ ଫୋକସ୍: ୧୦ ପ୍ରତିଶତ ବୃଦ୍ଧିର ଅନୁମାନ

ଏସବିଆଇ ରିପୋର୍ଟ ଅନୁସାରେ ସରକାରଙ୍କ ଦ୍ୱାରା ଭିତ୍ତିଭୂମି ନିର୍ମାଣ ଓ ଆର୍ଥିକ ବିକାଶକୁ ଗତି ଦେବା ପାଇଁ ରଣନୀତି ଜାରି ରହିବ । ରିପୋର୍ଟ ଅନୁସାରେ ଆର୍ଥିକ ବର୍ଷ ୨୦୨୭ରେ ସରକାରୀ କ୍ୟାପେକ୍ସରେ ବାର୍ଷିକ ଆଧାରରେ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ହୋଇପାରେ । ଏହି ସଂଖ୍ୟା ଏଥିପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ବୈଶ୍ୱିକ ଅନିଶ୍ଚିତତା ମଧ୍ୟରେ ଭାରତ ସରକାର ନିଜର ପୁଞ୍ଜିଗତ ବ୍ୟୟ କମ କରିବା ମୁଡ୍‌ରେ ନାହାନ୍ତି ।

ଗତ ଦଶନ୍ଧିରେ ଚାରି ଗୁଣ ବଢିଛି ପୁଞ୍ଜିଗତ ବ୍ୟୟ

ରିପୋର୍ଟରେ ଦିଆଯାଇଥିବା ପରିସଂଖ୍ୟାନରୁ ସ୍ପଷ୍ଟ ହେଉଛି ଯେ ଗତ କିଛି ବର୍ଷରେ ବଜେଟ୍ ଜରିଆରେ ପୁଞ୍ଜିଗତ ବ୍ୟୟରେ ବଡ଼ ବୃଦ୍ଧି ହୋଇଛି । ଆର୍ଥିକ ବର୍ଷ ୨୦୨୬ରେ ଏହା ମାତ୍ର ୨.୫ ଲକ୍ଷ କୋଟି ଟଙ୍କା ଥିଲା, ଯାହା ବଜେଟ୍ ଅନୁମାନ ଅନୁସାରେ ଆର୍ଥିକ ବର୍ଷ ୨୦୨୬ରେ ବଢି ୧୧.୨ ଲକ୍ଷ କୋଟି ଟଙ୍କା ହୋଇଛି । ସରକାରଙ୍କ ଦ୍ୱାରା ବିଭିନ୍ନ ସ୍ତରରେ ସମ୍ପତ୍ତି ନିର୍ମାଣ ପାଇଁ ଦିଆଯାଇଥିବା ଅନୁଦାନରେ ମଧ୍ୟ ବୃଦ୍ଧି ଘଟିଛି । ଆର୍ଥିକ ବର୍ଷ ୨୦୧୬ରେ ଏହା ୧.୩ ଲକ୍ଷ କୋଟି ଟଙ୍କାରୁ ବଢି ଆର୍ଥିକ ବର୍ଷ ୨୦୨୬ରେ ୪.୩ ଲକ୍ଷ କୋଟି ଟଙ୍କା ହୋଇଛି ।

ଆଗାମୀ ବଜେଟରେ ଋଣ ସଂଖ୍ୟା ଉପରେ ମଧ୍ୟ ବଜାରର ନଜର ରହିବ । ଏସବିଆଇ ରିପୋର୍ଟ ଅନୁସାରେ ଆର୍ଥିକ ବର୍ଷ ୨୦୨୭ ପାଇଁ କେନ୍ଦ୍ର ସରକାରଙ୍କ ନେଟ୍ ବୋରୋ ପ୍ରାୟ ୧୧.୭ ଟ୍ରିଲିୟନ ଟଙ୍କା ହୋଇପାରେ, ଯାହା ରାଜକୋଷୀୟ ନିଅଣ୍ଟର ପ୍ରାୟ ୭୦ ପ୍ରତିଶତ ।