ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ, ନ୍ୟାୟ ପାଇଁ ପୋଲିସ ଗୋଡ ତଳେ ଗଡ଼ିଲେ ପରିବାର

Published By : Prameya-News7 Bureau | June 15, 2025 IST

ଭଦ୍ରକ ୧୫।୬: ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ । ମୃତ ମହିଳାଙ୍କ ସ୍ବାମୀକୁ ପୋଲିସ ହେପାଜତକୁ ନେଉଥିବା ବେଳେ ନ୍ୟାୟ ଦାବିରେ ପୋଲିସ ଗୋଡ ତଳେ ପଡି ନେହୁରା ହେଲେ ଉଭୟ ପୁଅ ଓ ଝିଅ ଘର ଲୋକେ । ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦେଖିବା ପାଇଁ ମିଳିଛି ଏମିତି ଦୃଶ୍ୟ । 

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧୀନ ତାଳପଡ଼ା ଗାଁର ମୋନାଲିସା ଜେନା ମିରସାହି ଅଞ୍ଚଳର ଶଙ୍କର୍ଷଣ ଜେନାଙ୍କୁ ୨୦୧୯ ମସିହାରେ ପ୍ରେମ ବିବାହ କରିଥିଲେ । ତାଙ୍କର ୩ ବର୍ଷର ଝିଅ ଥିବା ବେଳେ ମୋନାଲିସା ୪ ମାସର ଗର୍ଭବତୀ ଥିଲେ । ତେବେ କୌଣସି କାରଣକୁ ନେଇ ତାଙ୍କୁ ପ୍ରଥମେ ତିହିଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ମେଡିକାଲ ସ୍ଥାନାନ୍ତର ହେବା ପରେ ମୃତ ଘୋଷଣା କରିଥିଲେ ଡାକ୍ତର । ମୋନାଲିସାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ତିହିଡି ଥାନାରେ ଝିଅକୁ ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ ହୋଇଛି । ତିହିଡି ପୋଲିସ ଭଦ୍ରକ ମେଡିକାଲରୁ ମୃତ ମୋନାଲିସାଙ୍କ ସ୍ବାମୀକୁ ହେପାଜତକୁ ନେଉଥିବା ବେଳେ ଉଭୟ ମୋନାଲିସାଙ୍କ ପରିବାର ଓ ଶଙ୍କର୍ଷଣଙ୍କ ପରିବାର ଲୋକେ ପୋଲିସ ଗୋଡ ତଳେ ପଡି ନ୍ୟାୟ ଭିକ୍ଷା କରିଥିଲେ । ମୋନାଲିସାଙ୍କ ପରିବାର ଲୋକେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗରେ ନ୍ୟାୟ ମାଗିଥିବା ବେଳେ ଶଙ୍କର୍ଷଣଙ୍କ ପରିବାର ଲୋକେ ଏହି ଘଟଣାରେ ପୁଅର ସଂପୃକ୍ତି ନଥିବା ଦର୍ଶାଇ ତାଙ୍କୁ ଛାଡ଼ିଦେବା ପାଇଁ ପୋଲିସ ଗୋଡ ତଳେ ଶୋଇଯାଇଥିଲେ ।

You Can Read:

ଭଦ୍ରକରେ ନିୟନ୍ତ୍ରଣରେ ଝାଡ଼ାବାନ୍ତି, ଗାଁର କେତେକ ନଳକୂପ ପାଣିକୁ ବ୍ୟବହାର ପାଇଁ ପ୍ରଶାସନର ବାରଣ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.