ମୁଖ୍ୟମନ୍ତ୍ରୀ ହେବା ପାଇଁ ୫୦୦ କୋଟି ଯାଚୁଥିଲେ ନେତା: ପତ୍ନୀଙ୍କ ଚାଞ୍ଚଲ୍ୟକର ବୟାନ, ସିଦ୍ଧୁ ଦଳ ଛାଡ଼ିବା ନେଇ ଦେଲେ ସଂକେତ

NEWS7
fake-dsp-who-promised-jobs-arrested-in-bhubaneswar

ନୂଆଦିଲ୍ଲୀ:ପୂର୍ବତନ କ୍ରିକେଟର ତଥା ପଞ୍ଜାବ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ଦଳ ଭିତରେ ଜଣେ ଲୋକ ଶୁଟ୍କେସ୍ ଭର୍ତ୍ତି କରି ୫୦୦ କୋଟି ଟଙ୍କା ଯାଚିଥିଲେ ବୋଲି ନବଜୋତ କୌର କହିଛନ୍ତି।

ଶନିବାର ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ନବଜୋତ କହିଥିଲେ ଯେ ତାଙ୍କ ପାଖରେ ଏବଂ ତାଙ୍କ ସ୍ୱାମୀଙ୍କ ପାଖରେ ଏତେ ମାତ୍ରାରେ ଟଙ୍କା ନାହିଁ, ସେମାନେ ମୁଖ୍ୟମନ୍ତ୍ରୀ ଚୌକିରେ ବସିବା ପାଇଁ ଦେଇପାରିବେ।

କୌର କହିଛନ୍ତି"ଆମେ ସବୁବେଳେ ପଞ୍ଜାବ ଏବଂ ପଞ୍ଜାବିୟତ ପାଇଁ କହୁ। କିନ୍ତୁ ଆମ ପାଖରେ୫୦୦କୋଟି ଟଙ୍କା ନାହିଁ ଯାହା ଆମେ ମୁଖ୍ୟମନ୍ତ୍ରୀଙ୍କ ଚୌକିରେ ବସିବା ପାଇଁ ଦେଇପାରିବୁ"ସେ ଆହୁରି କହିଥିଲେ ଯେ ଯେତେବେଳେ ତାଙ୍କୁ ପଚରାଗଲା ଯେ କେହି ସେମାନଙ୍କଠାରୁ ଟଙ୍କା ମାଗିଛନ୍ତି କି,ସେ କହିଥିଲେ ଯେ କେହି ଦାବି କରିନାହାଁନ୍ତି କିନ୍ତୁ ଯେଉଁ ବ୍ୟକ୍ତି୫୦୦କୋଟି ଟଙ୍କାର ସୁଟକେସ୍ ଦିଏ,ସେ ମୁଖ୍ୟମନ୍ତ୍ରୀ ହୋଇଯାଏ।

ତେବେ ନବଜୋତ ସିଂହ ସିଦ୍ଧୁ ପୁଣିଥରେ କଂଗ୍ରେସ ଛାଡ଼ି ଅନ୍ୟ ଦଳକୁ ଛାଡ଼ି ଚାଲିଯାଇପାରନ୍ତି ବୋଲି ନବଜୋତ କୌର ସଂକେତ ଦେଇଛନ୍ତି।ସେ କହିଛନ୍ତିଯଦି କୌଣସି ଦଳ ତାଙ୍କୁ ସେହି କ୍ଷମତା ଦିଏ ଯାହା ଦ୍ୱାରା ସେ ପଞ୍ଜାବକୁ ଉନ୍ନତ କରିପାରିବେ। ଆମ ପାଖରେ କୌଣସି ଦଳକୁ ଦେବା ପାଇଁ ଟଙ୍କା ନାହିଁ କିନ୍ତୁ ଆମେ ଫଳାଫଳ ଦେବୁ ଏବଂ ଆମେ ପଞ୍ଜାବକୁ ଏକ ସୁନା ରାଜ୍ୟରେ ପରିଣତ କରିବୁ।

କଂଗ୍ରେସ ଭିତରେଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ନେଇ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପାଞ୍ଚ ଜଣ ନେତା ଆକାଂକ୍ଷୀ ଅଛନ୍ତି। ତେଣୁ ଏତେ ଅନ୍ତର୍ଦ୍ୱନ୍ଦ୍ୱ ସହିତମୁଁ ଭାବୁନାହିଁ ଯେ ସେମାନେ ନବଜୋତ ସିଦ୍ଧୁଙ୍କୁ ପଦୋନ୍ନତି ଦେବେ କାରଣ ପୂର୍ବରୁ ପାଞ୍ଚ ଜଣ ମୁଖ୍ୟମନ୍ତ୍ରୀ ଚେହେରା ଅଛନ୍ତି। ଏବଂ ସେମାନେ କଂଗ୍ରେସକୁ ପରାସ୍ତ କରିବାକୁ ଲାଗିପଡ଼ିଛନ୍ତି ବୋଲି ନବଜୋତ ସିଂହ କୌର କହିଛନ୍ତି।