୩ୟ ଏବଂ ୪ର୍ଥ ଆସନ ପାଇଁ କମ୍ପିଟିସନ : ସମର୍ଥନ ମିଳିଲେ ସବୁ ଆସନ ମଧ୍ୟ ବିଜେପି ଜିତିପାରିବ

NEWS7
facts-on-justice-br-gavai-the-next-chief-justice-of-india

ଭୁବନେଶ୍ବର ୩।୩: ବିଜେପି ବିଧାୟକ କହିଲେ ରାଜ୍ୟସଭା ଗଣିତ । ବିଜେପି ତିନୋଟି ସିଟ୍ ସହଜରେ ହାତେଇବା ସହ ଚାରୋଟି ଯାକ ସିଟ୍ ହାତେଇ ପାରିବାର ଫର୍ମୁଲା କହିଲେ । କଂଗ୍ରେସ ଓ ବିଜେଡିର ଅନେକ ବିଧାୟକ ବିଜେପିର ଯୋଗାଯୋଗରେ ଅଛନ୍ତି ବୋଲି କହିଲେ ବିଜେପି ବିଧାୟକ ପ୍ରକାଶ ସେଠୀ ।

ଏ ଖବର ବି ପଢ଼ନ୍ତୁ:- ବିଜେଡି-କଂଗ୍ରେସ ସବୁବେଳେ ଭିତିରିଆ ସଲାସୁତୁରାରେ ଥିଲେ, ଏ ମେଣ୍ଟ ଦ୍ଵାରା ସେମାନଙ୍କର କ୍ଷତି ହେବ

ସେ ଆହୁରି କହିଛନ୍ତି, ବିଜେପି ପାଖରେ ୮୨ ବିଧାୟକ ଅଛନ୍ତି, ସଂଖ୍ୟା ଅନୁସାରେ ବିଜେପି ଦୁଇଟି ସିଟ୍ ନିଶ୍ଚୟ ଜିତିବ । ତୃତୀୟ ଏବଂ ଚତୁର୍ଥ ସିଟ୍ ପାଇଁ ଏବେ କମ୍ପିଟିସନ ଚାଲିଛି । ଦୁଇଟା ସିଟ ଜିତିବା ପରେ ବି ବିଜେପି ପାଖରେ ୨୨ ବିଧାୟକଙ୍କ ଭୋଟ୍ ରହିବ । ଚତୁର୍ଥ ପ୍ରାର୍ଥୀ ଲାଗି ଆଉ ଆବଶ୍ୟକ ୮ଟି ବିଧାୟକଙ୍କ ଭୋଟ୍ ମଧ୍ୟ ଆମକୁ ମିଳିବ, କାରଣ ବିଜେଡି ଦୁଇ ଜଣ ବିଧାୟକଙ୍କୁ ନିଲମ୍ବିତ କରିଛି ଏବଂ ଗତକାଲି କଂଗ୍ରେସ ବିଧାୟକ ଦଳ ବୈଠକରେ ଦୁଇ ଜଣ ବିଧାୟକ ଅନୁପସ୍ଥିତ ଥିଲେ । ଏହି ଚାରି ବିଧାୟକଙ୍କ ସମର୍ଥନ ବିଜେପି ଖାତାକୁ ଆସିବ ବୋଲି କଟକ ସଦର ବିଧାୟକ କହିଛନ୍ତି । ଆଉ ଆବଶ୍ୟକ ଚାରୋଟି ବିଧାୟକଙ୍କ ଭୋଟ୍ ଆମ ପାଖକୁ ଆସିବ କାରଣ କଂଗ୍ରେସ ଓ ବିଜେଡିର ଅନେକ ବିଧାୟକ ତାଙ୍କ ଦଳ ଉପରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ଆମ ସହିତ ଯୋଗାଯୋଗରେ ଅଛନ୍ତି । ଯଦି ସେମାନେ ଆମକୁ ସମର୍ଥନ ଦେବେ ଚାରୋଟି ଯାକ ଆସନ ମଧ୍ୟ ବିଜେପି ଜିତିପାରିବ ବୋଲି ପ୍ରକାଶ ସେଠୀ କହିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ଶ୍ରୀମନ୍ଦିର ଦୋଳବେଦୀ ନିକଟରେ ପ୍ରବଳ ଭିଡ଼, ଠେଲାପେଲାରେ ତଳେ ପଡ଼ିଗଲେ ମହିଳା ଓ ପୁରୁଷ ଭକ୍ତ

ରାଜ୍ୟସଭା ରାଜନୀତି ନେଇ ରାଜ୍ୟ ଉଠୁଛି ପଡୁଛି । ବିଜେଡି-ବିଜେପି-କଂଗ୍ରେସ ମଧ୍ୟରେ ଟଣାଓଟରା । ବୟାନବାଜି ବି ଜବରଦସ୍ତ । ଚାଲିଛି ଆରୋପ ପ୍ରତ୍ୟାରୋପର ଲଢେଇ । ଏସବୁ ଭିତରେ ରାଜ୍ୟସଭାର ୪ଟି ଆସନ ହାତେଇବା ପାଇଁ ସବୁ ଦଳର ଭିନ୍ନ ଭିନ୍ନ ରଣନୀତି । କିଛି ଦିନ ତଳେ ବିଜେଡି ରାଜ୍ୟସଭା ନିର୍ବାଚନ ପାଇଁ ଫର୍ମ ସେଟ୍‌ ନେଇଥିବା ବେଳେ ସୋମବାର ଦିନ ବିଜେପି ୧୬ ସେଟ୍‌ର ଫର୍ମ ନେଇଛି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ନିଜେ ଯାଇ ନିର୍ବାଚନ କମିଶନଙ୍କ ଅଫିସରୁ ଫର୍ମ ଆଣିଛନ୍ତି । ସରକାରୀ ଦଳ ମୁଖ୍ୟ ସଚେତକଙ୍କ ସମେତ ଦଳର ବରିଷ୍ଠ ନେତା ସାମିଲ ଥିଲେ । 

ଏ ଖବର ବି ପଢ଼ନ୍ତୁ:- ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ, ସକାଳ ୬ଟା ୨୦ରୁ ପାକ ତ୍ୟାଗ

ଅନ୍ୟପଟେ ରାଜ୍ୟସଭା ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ଡାକିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଦଳର ବରିଷ୍ଠ ନେତା, ମନ୍ତ୍ରୀ ଏବଂ ବିଧାୟକ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଯାଏଁ ବୈଠକ ସଂପର୍କରେ କୌଣସି ସବିଶେଷ ତଥ୍ୟ ଜଣାପଡିନାହିଁ । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଚାଲିଛି । ବୈଠକ ଶେଷ ପରେ ଦଳୀୟ ନେତା ପୁର ତଥ୍ୟ ଦେବେ ବୋଲି ଆଶା କରାଯାଉଛି ।