ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର: ୫ରେ ଆସିବେ ନଡ୍ଡା, ୬ରେ ଆସିବେ ମୋଦୀ

Published By : Prameya-News7 Bureau | May 04, 2024 IST

ଭୁବନେଶ୍ବର ୦୪/୦୫: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏହି ପରିପ୍ରେକ୍ଷୀରେ ଓଡ଼ିଶା ମୁହାଁ ବିଜେପିକ ବରିଷ୍ଠ ନେତା । ପ୍ରଚାରମଇଦାନରେ ହେଭିୱେଟ୍‌ ନେତାଙ୍କୁ ଦେଖିବାକୁ ମିଳୁଛି । ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ୱଙ୍କର ଘନ ଘନ ଓଡ଼ିଶା ଗସ୍ତ ହେଉଛି । ନିକଟରେ ଅମିତ ଶାହ ସୋନପୁର, ଜେପି ନଡ୍ଡା ବ୍ରହ୍ମପୁର ଆସିଥିଲେ । 

ଶନିବାର କେନ୍ଦ୍ର ବୈଦଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଓଡ଼ିଶା ଗସ୍ତରେ ଆସୁଛନ୍ତି । ୨ ଦିନିଆ ଗସ୍ତରେ ଆସୁଥିବା ଜୟଶଙ୍କର ରବିବାର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ  ବୁଦ୍ଧିଜୀବୀଙ୍କୁ ସମ୍ବୋଧନ କରିବେ । ୫ ତାରିଖରେ କଟକରେ  ହେବାକୁ ଥିବା ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ । 

ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୫ ତାରିଖ ପୁନର୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ।  ଏହି ଅବସରରେ ଭୁବନେଶ୍ୱର ଓ କଟକରେ ହେବାକୁ ଥିବା  ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.