ସରଣ୍ଡା ଜଙ୍ଗଲରେ IED ବ୍ଲାଷ୍ଟ୍ , ଜଣେ ଯବାନ ଗୁରୁତର

Published By : Prameya-News7 Bureau | July 03, 2025 IST

ବଣାଇ ୦୩/୦୭: ସରଣ୍ଡା ଜଙ୍ଗଲରେ ଆଇଡି ବ୍ଲାଷ୍ଟ୍ । ଜଣେ ଯବାନ ଗୁରୁତର । ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ବେଳେ ଆଇଡି ବିସ୍ଫୋରଣ ହୋଇଛି । ଯେଉଁଥିରେ ଝାଡ଼ଖଣ୍ଡ ଜାଗୁଆରର ଯବାନ ମନୋଜ ଦମାଇ ଗୁରୁତର ଆହତ ହୋଇଛନ୍ତି ।

ଛୋଟନାଗରା ଥାନା ଅନ୍ତର୍ଗତ ବାବୁଡରା ନିକଟ ସରଣ୍ଡା ଜଙ୍ଗଲରେ ଏହି ବିସ୍ପୋରଣ ହୋଇଛି । ଗୁରୁତର ଯବାନଙ୍କୁ ରାଞ୍ଚି ଏୟାର ଲିଫ୍ଟ କରାଯାଉଛି । ଗତକାଲି ସରଣ୍ଡା ଜଙ୍ଗଲରୁ ୧୮ ହଜାର ଡିଟୋନେଟର୍ ଜବତ କରିଥିଲେ ଝାଡ଼ଖଣ୍ଡ ଯାଗୁଆର୍ ଓ ସିଆରପିଏଫ୍ ୬୦ ବାଟାଲିୟନ ଯବାନ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.