ମୋହାଲିର ଅକ୍ସିଜେନ ପ୍ଲାଣ୍ଟରେ ବିସ୍ଫୋରଣ ; ଚାଲିଗଲା ୨ ଜୀବନ, ୩ ଆହତ

Published By : Prameya-News7 Bureau | August 06, 2025 IST

ନୂଆଦିଲ୍ଲୀ ୦୬।୦୮; ମୋହାଲି ଅକ୍ସିଜେନ ପ୍ଲାଣ୍ଟରେ ବିସ୍ଫୋରଣ ।  ଚାଲିଗଲା ୨ଜଣକ ଜୀବନ ।  ବୁଧବାର ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨ଜଣକ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି। ଏନେଇ  ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି  । ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୩ ଜଣ ଆହତ ଅଛନ୍ତି। ଆଗକୁ ଆହତଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି।

ସୂଚନା ମୁତାବକ, ମୋହାଲିର ଫେଜ୍ ୯ରେ ଅବସ୍ଥିତ କାରଖାନାରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଏତେ ଜୋରରେ ଥିଲା ଯେ ଶବ୍ଦ ବହୁ ଦୂର ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା। ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଜିଲ୍ଲା ପ୍ରଶାସନର କର୍ମଚାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।  ପୋଲିସ କହିଛି ଯେ ଯେତେବେଳେ ବିସ୍ଫୋରଣ ହୋଇଥିଲା, ସେତେବେଳେ ପ୍ରାୟ ୨୫ ଜଣ କର୍ମଚାରୀ ପ୍ଲାଣ୍ଟରେ ଉପସ୍ଥିତ ଥିଲେ।

ଆହତ ମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି  ।  ଆହତ ଓ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କ‌ା କରାଯାଉଛି। ତେବେ ବିସ୍ଫୋରଣ କେମିତି ହେଲା  ଏବଂ ବିସ୍ଫୋରଣ ସମୟରେ ଭିତରେ କେତେ ଜଣ ଥିଲେ ତାହା ସାମ୍ନାକୁ ଆସିନାହିଁ। ଘଟଣାର ତଦନ୍ତ ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.