ଭଦ୍ରକ ୬।୫: ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଫଳରେ ୫ ଜଣ ଗୁରୁତର ହୋଇଛନ୍ତି । ନିକଟରେ ଥିବା ଘରର ଝରକା କାଚ ଭାଙ୍ଗିଯାଇଛି । ଘଟଣା ପଛର କାରଣ ଜଣାପଡିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅନ୍ତର୍ଗତ ହଳଦୀଡିହ ନିକଟରେ ଥିବା ଏକ ବେଆଇନ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଫଳରେ ଗୋଦାମରେ କାମ କରୁଥିବା ୫ ଜଣ ଗୁରୁତର ହୋଇଛନ୍ତି । ଏହି ଗୋଦାମରେ ବେଆଇନ ବାଣ ତିଆରି ହେବା ସହ ଗଚ୍ଛିତ ରହିଥିଲା ।
ତେବେ ଗୁରୁତରଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ଏତେ ଜୋରରେ ଥିଲା ଯେ ତା ପ୍ରକୋପରେ ଆଖପାଖରେ ଥିବା ଗଛ ଗୁଡ଼ିକ ଜଳିଯାଇଛି । ଗୋଦାମ ନିକଟରେ ଥିବା ଘର ଗୁଡ଼ିକର ଝରକା କାଚ ମଧ୍ୟ ଭାଙ୍ଗିଯାଇଛି । ବିସ୍ଫୋରଣ ଫଛର କାରଣ କ'ଣ ଜଣାପଡିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିସ୍ଫୋରଣ ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
You Can Read:
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବେ NSG ଟିମ୍, ପୁରୀ ଆସିଛନ୍ତି ୩ ଅଫିସର