କୋଲକାତା: ପଶ୍ଚିମବଙ୍ଗର ମେଦିନାପୁର ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ବଡ଼ ଅବହେଳା। ସାମାନ୍ୟ ଭୁଲ ପାଇଁ ଚାଲିଗଲା ଗର୍ଭବତୀଙ୍କ ଜୀବନ। ଏକ୍ସପାୟରୀ ସାଲାଇନ୍ ଦିଆଯିବା ପରେ ଜଣେ ୨୨ ବର୍ଷ ବୟସ୍କା ଗର୍ଭବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଅଛନ୍ତି। ମାମୋନି ରୁଇ ଦାସ ନାମକ ଜଣେ ଗର୍ଭବତୀଙ୍କ ହସ୍ପିଟାଲରେ ଆଡମିଶନ ହୋଇଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବା ପରେ ଗୁରୁବାର ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା।
ତାଙ୍କ ଅବସ୍ଥାକୁ ନେଇ ଆତ୍ମୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଥିଲେ। କିନ୍ତୁ ଏହାର ପରଦିନ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁର କାରଣ ଏକ୍ସପାୟରୀ ସାଲାଇନ୍ ବୋଲି କୁହାଯାଉଛି। ଏହି ଘଟଣାକୁ ନେଇ ୧୦ ଜଣିଆ ତଦନ୍ତ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛି ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ। ଅବହେଳାର ଅଭିଯୋଗର ଯାଞ୍ଚ ପାଇଁ ଶନିବାର ମେଦିନାପୁର ଗସ୍ତ କରିଛନ୍ତି।
ଗୁରୁତର ରୋଗୀ, ଯେଉଁମାନେ ଆଇସିୟୁରେ ରହିଛନ୍ତି, ସେମାନେ ବି ଏକ୍ସାପାୟରୀ ସାଲାଇନର ଅଭିଯୋଗ କରିଛନ୍ତି। ପୀଡିତାର ସମ୍ପର୍କୀୟମାନେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ଭୁଲ ଚିକିତ୍ସା କିମ୍ବା ଏକ୍ସପାରୀ ସାମଗ୍ରୀ ବ୍ୟବହାର ହେତୁ ମୃତ୍ୟୁ ଓ ଅସୁସ୍ଥଙ୍କ ସଂଖ୍ୟା ବଢୁଛି।