ବଲାଙ୍ଗିର: ଗଞ୍ଜେଇ ଚୋରାଚାଲାଣ କରୁଥିଲେ ଖବର ପାଇଲା ଅବକାରୀ ବିଭାଗ। ସମୟ ଦେଖି ଝାମ୍ପି ଧରିଲା ଅବକାରୀ । ହେଲେ ଧରିବା ବେଳେ ଫେରାର ମାରିବାକୁ ଉଦ୍ୟମ କରିଥିଲେ ଗଞ୍ଜେଇ ମାଫିଆ। ହେଲେ ସେମାନଙ୍କୁ ଗୋଡେଇ ଗୋଡେଇ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ। ଏମିତି ଦୃଶ୍ୟ ବଲାଙ୍ଗୀର ଜିଲ୍ଲା ତୁଷୁରା ସହର ଭିତରେ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ଗତକାଲି ରାତି ସମୟରେ ଗଞ୍ଜେଇ ନେଇ ଫେରାର ମାରୁଥିଲେ ଗୋଟିଏ ଇକୋ ଭ୍ୟାନରେ। ଏନେଇ ଖବର ପାଇ ପଛେ ପଛେ ଗୋଡ଼ାଇ ଥିଲା। ଏନେଇ ତୁଷୁରା ସହର ଭିତରେ ଗାଡିକୁ ଅଟକାଇବା ବେଳେ ଫେରାର ମାରୁଥିଲେ ଦୁଇ ଗଞ୍ଜେଇ ମାଫିଆ। ତେବେ ରାସ୍ତା ରେ ଜନଗହଳି ସମୟରେ ଗୋଡେଇ ଗୋଡେଇ ଧରିଥିଲା ଅବକାରୀ ବିଭାଗ। ଏନେଇ କିଛି ସମୟ ପାଇଁ ସ୍ଥାନୀୟ ଲୋକଙ୍କୁ କିଛି ଫିଲ୍ମ ଦେଖିବା ଭଳି ଅନୁଭବ ହୋଇଥିଲା ଓ ସେମାନେ ଭୟଭିତ ମଧ୍ୟ ହୋଇଥିଲେ। ଏନେଇ ଗାଡି ସହ ଦୁଇ ଜଣଙ୍କୁ ଆଣିଥିଲା ଅବକାରୀ ବିଭାଗ।
ଆଜି ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଗାଡି ଭିତରୁ ୫୦ କେଜି ଗଞ୍ଜେଇ ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଅଧିକ ହେବ ତାହା ଜବତ କରିଛି ଅବକାରୀ ବିଭାଗ। ଗିରଫ ଦୁଇ ଜଣ ମାଫିଆ ହେଲେ ତୁଷୁରା ଥାନା ଅଞ୍ଚଳ କୋଟ ଗାଁ ର ବିପିନ ମାଝୀ , କାନ୍ଦୁଲୁ ସାହୁ କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଲାଙ୍ଗିର ଅବକାରୀ ବିଭାଗ। ତେବେ ଏମାନଙ୍କ ଲିଙ୍କ ରେ ଆଉ କିଏ କିଏ ରହିଛନ୍ତି ତାହାକୁ ନେଇ ଅଧିକ ତଦନ୍ତ କରୁଛି ଅବକାରୀ ବିଭାଗ।