ଢେଙ୍କାନାଳ ୩୦/୦୫: ପରଲୋକରେ ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକ । ୭୪ ବର୍ଷ ବୟସରେ ଭୁବନେଶ୍ୱରର ଘରୋି ହସ୍ପିଟାଲରେ ଦେହାନ୍ତ ହୋଇଛି । କାମାକ୍ଷାନଗର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ପରଲୋକ ହୋଇଛି ।
ସୂଚନା ଥାଉକି, କାମାକ୍ଷାନଗର ନିର୍ବାଚନମଣ୍ଡଳୀରୁ ୩ ଥର ବିଧାୟକ ଥିଲେ । ୨ ଥର ବିଜେପି ଓ ଥରେ ବିଜେଡ଼ିରୁ ନିର୍ବାଚିତ ହୋଇଥିଲେ ।୧୯୭୭ରେ ପ୍ରଥମ ଥର ଭାରତୀୟ ଜନତା ପାର୍ଟିରୁ ନିର୍ବାଚିତ ହୋଇଥିଲେ । ରାଜ୍ୟର ପ୍ରଥମ ବିଜେପି ବିଧାୟକ ଥିଲେ ପ୍ରସନ୍ନ ପଟ୍ଟନାୟକ । ଅନେକ ଉନ୍ନୟନମୂଳକ କାର୍ଯ୍ୟ କରି ଲୋକପ୍ରିୟ ହୋଇଥିଲେ । ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି । ସେପଟେ ପ୍ରସନ୍ନ ବିୟୋଗରେ ଶୋକପ୍ରକାଶ କରିଛନ୍ତି ଅନେକ ନେତୃବୃନ୍ଦ ।
ମଲ୍ଟି ଅର୍ଗାନ ଫେଲ କାରଣରୁ ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି (ଗୁରୁବାର) ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହୋଇଥିଲା । ଆଜି (ଶୁକ୍ରବାର) ଭୋରୁ ତାଙ୍କର ଦେହାନ୍ତ ହୋଇଛି । ୧୯୪୮ ଜୁନ୍ ୧ ଢେଙ୍କାନାଳ ଜିଲ୍ଲା ଭୁବନରେ ଜନ୍ମଗ୍ରହଣ କରିଥିଲେ ପ୍ରସନ୍ନ । ମୋଟ ୩ ଥର କାମାକ୍ଷାନଗରରୁ ସେ ବିଧାୟକ ହୋଇଥିଲେ । ରାଜ୍ୟରେ ବିଜେପିର ମୂଳଦୁଆ ପକାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।
ଛାତ୍ରନେତା ଭାବେ ୧୯୬୪ ମସିହାରେ ଐତିହାସିକ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଏହାପରେ ସେ ସ୍ୱଗର୍ତ ଆର.ଏନ୍ ସିହଂଦେଓଙ୍କ ସ୍ୱତନ୍ତ୍ର ପାର୍ଟିରେ ଯୋଗ ଦେଇଥିଲେ । ଢେଙ୍କାନାଳ ଜିଲ୍ଲା ଯୁବ ସ୍ୱତନ୍ତ୍ର ପାର୍ଟିର ସଭାପତି ହୋଇଥିଲେ । ୧୯୭୭ରେ ପ୍ରଥମ ଥର ପ୍ରସନ୍ନ ପଟ୍ଟନାୟକ ଭାରତୀୟ ଜନତା ପାର୍ଟିରୁ ବିଜୟୀ ହୋଇଥିଲେ ।
୧୯୯୦ରେ ପୁଣି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଶେଷ ଥର ପାଇଁ ୨୦୧୪ରେ ବିଜେପି ଦଳକୁ ଟିକେଟ୍ ପାଇଥିଲେ ହେଲେ ହାରି ଯାଇଥିଲେ । ଜଣେ ରାଜନେତା ଓ ସାମାଜିକ କର୍ମୀ ଭାବେ ସେ ଜନତାଙ୍କ ହୃଦୟରେ ଘର କରିଥିଲେ । ଦୁଇ ଦିନ ପରେ ଜନ୍ମଦିନ ପାଳନ କରିଥାନ୍ତେ ହେଲେ ଆଖି ବୁଜିଛନ୍ତି ପ୍ରସନ୍ନ ପଟ୍ଟନାୟକ । ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।