ନୂଆଦିଲ୍ଲୀର ପ୍ରସ୍ତାବ ଉପରେ ୮୮ ଦେଶର ମୋହର, 'ବହୁଜନ ହିତାୟ, ବହୁଜନ ସୁଖାୟ' ନୀତିକୁ ବୈଶ୍ୱିକ ସହମତି

NEWS7
ex-gratia-for-banpur-gas-cylinder-blast-mrutaka

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬କୁ ଏକ ବଡ଼ କୂଟନୀତିକ ଓ ବୈଷୟିକ ସଫଳତା ମିଳିଛି । ୮୮ ଦେଶ ଓ ଅନ୍ତରାଷ୍ଟ୍ରୀୟ ସଂଗଠନ ଏହି ଶିଖର ସମ୍ମିଳନୀର ଘୋଷ।ଣପତ୍ରରେ ସ୍ୱାକ୍ଷର କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ଏହା ଘୋଷଣା କରି ସ୍ପଷ୍ଟ କରିଛନ୍ତି ଯେ ଦୁନିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ କେନ୍ଦ୍ରିତ ଏଆଇ ଦୃଷ୍ଟିକୋଣକୁ ମୁକ୍ତସ୍ୱରରେ ସମର୍ଥନ କରୁଛି । ଏହି ପଦକ୍ଷେପ ବୈଶ୍ୱିକ ସ୍ତରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ପ୍ରଯୁକ୍ତିର ସୁରକ୍ଷିତ, ସମାନ ଓ ଉତ୍ତରଦାୟୀ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ବିବେଚନା କରାଯାଉଛି ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୮୮ ସ୍ୱାକ୍ଷରକର୍ତ୍ତାଙ୍କ ମଧ୍ୟରୁ ୮୬ ଦେଶ ଓ ଦୁଇ ଅନ୍ତର୍ଜାତୀୟ ସଂଗଠନ ବହୁଜନ ହିତାୟ, ବହୁଜନ ସୁଖାୟ ନୀତିକୁ ଔପଚାରିକ ଭାବେ ସ୍ୱୀକାର କରିଛନ୍ତି । ଏହି ଭିଜନର ମୂଖ୍ୟ ଲକ୍ଷ୍ୟ ହେଉଛି, ଏଆଇ ସଂସାଧନକୁ ଏପରି ବ୍ୟବହାର କରାଯିବ, ଫଳରେ ଏହାର ଆର୍ଥିକ ଲାଭ ଦୁନିଆର ପ୍ରତିଟି ବର୍ଗ, ସମାଜର ଲୋକଙ୍କ ନିକଟରେ ପହଞ୍ଚିପାରିବ ।

ଶିଖର ସମ୍ମିଳନୀ ସହ ଜଡ଼ିତ ପ୍ରମୁଖ ନୀତିଗତ ବିଷୟ

  • ଏହି ଶିଖର ସମ୍ମିଳନୀ ଫେବ୍ରୁଆରୀ ୧୬ରୁ ଫେବ୍ରୁଆରୀ ୨୦ ଯାଏ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜନ କରାଯାଇଛି । ଏହି ଆୟୋଜନରେ ଅନେକ ଗୁରୁତ୍ୱପୂର୍ଣ୍ଣ ମୋର୍ଚ୍ଚାରେ ବୈଶ୍ୱିକ ନୀତି ନିର୍ଦ୍ଧାରଣ କରିବାରେ ମଜଭୁତ ମୂଳଦୁଆ ପକାଇଛି ।
  • ଗ୍ଲୋବାଲ୍ ସାଉଥରେ ଆୟୋଜିତ ହୋଇଥିବା ଏହା ଦୁନିଆର ପ୍ରଥମ ବୈଶ୍ୱିକ ଏଆଇ ଶିଖର ସମ୍ମେଳନ ଥିଲା ।
  • ଏହି ଆୟୋଜନରେ ସାରା ଦୁନିଆର ସରକାରୀ ନୀତି-ନିର୍ମାଣ, ଏଆଇ କ୍ଷେତ୍ରର ଉଦ୍ୟୋଗ ବିଶେଷଜ୍ଞ, ଶିକ୍ଷାବିଦ୍, ଟେକ୍ନୋଲୋଜି ଇନୋଭେଟର୍ସ ଓ ନାଗରିକ ସମାଜର ପ୍ରତିନିଧି ଅଂଶଗ୍ରହଣ କରିଥିଲେ ।
  • ଏହି ସମିଟର ଫୋକସ୍ ଏଆଇର ପରିବର୍ତ୍ତନକାରୀ କ୍ଷମତା ଉପରେ ବିଚାର କରିବା ସହ ମାନବିକତା ପାଇଁ ଏଆଇର ବୈଶ୍ୱିକ ନୀତିକୁ ଆଗକୁ ବଢାଇଥିବା ଥିଲା ।
  • ଏହି ଶିଖର ସମ୍ମିଳନୀ ଏଆଇର ପ୍ରଶାସନ, ସୁରକ୍ଷା ମାନକ ଓ ସମାଜ ଉପରେ ଏହାର ପ୍ରଭାବକୁ ନେଇ ବୈଶ୍ୱିକ ସହଯୋଗକୁ ମଜଭୁତ କରିବା ପାଇଁ ଏକ ଅନ୍ତର୍ଜାତୀୟ ପ୍ରକ୍ରିୟା ଅଟେ ।