ମୋବାଇଲରେ ରହିଛି ୬୦ ଅଶ୍ଳୀଳ ଭିଡିଓ, ଅଭିଯୁକ୍ତ ଓ ପୀଡ଼ିତା ବାପାଙ୍କ ମୋବାଇଲ ସିଜ୍‌

Published By : Prameya-News7 Bureau | August 10, 2025 IST

ପଟ୍ଟାମୁଣ୍ଡାଇ ୧୦।୮: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କାଠିଆପଡ଼ା ଛାତ୍ରୀ ମୃତ୍ୟୁ ଘଟଣା ସମ୍ପର୍କରେ ସବିଶେଷ ସୂଚନା ଦେଲେ କେନ୍ଦ୍ରାପଡ଼ା ଏସ୍‌ପି । ସେ କହିଛନ୍ତି, ପ୍ରାଥମିକ ପ୍ରମାଣ ଆଧାରରେ ଅଭିଯୁକ୍ତ ପ୍ରମୋଦ ବେହେରାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ପ୍ରମୋଦ ମୋବାଇଲରେ ୬୦ ଅଶ୍ଳୀଳ ଭିଡିଓ ଥିବାର ପ୍ରମାଣ ମିଳିଛି । ଜୁଲାଇ ୧୭ରେ ପୀଡ଼ିତାଙ୍କ ବାପାଙ୍କ ପାଖକୁ ଗୋଟିଏ ଅଶ୍ଳୀଳ ଭିଡିଓ ପଠାଇଥିଲା ଅଭିଯୁକ୍ତ । ସେହି ସମାନ ଦିନ ଆଉ ୪ରୁ ୫ ଜଣଙ୍କ ପାଖକୁ ମଧ୍ୟ ଭିଡଓ ପଠାଇଥିଲା ଅଭିଯୁକ୍ତ । 

ଘଟଣା ଦିନ ସକାଳ ୭ଟା ୩୪ରେ ଛାତ୍ରୀଙ୍କ ମୋବାଇଲ୍‌ରେ କଲ୍‌ କରିଥିଲା । ଆମେ ଅଭିଯୁକ୍ତ ଓ ପୀଡ଼ିତା ବାପାଙ୍କ ମୋବାଇଲ୍‌ ସିଜ୍‌ କରି ସାରିଛୁ । ବର୍ତ୍ତମାନ ସୁଦ୍ଧା କେବଳ ଅଭିଯୁକ୍ତ ପ୍ରମୋଦ ତଦନ୍ତ ପରିସରଭୁକ୍ତ ଅଛନ୍ତି । ଅଭିଯୁକ୍ତ ପ୍ରମୋଦ ନାଁରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫା ଲାଗିଛି । SFSL, ଏଫ୍‌ଏନ୍‌ଟି, ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ସବୁ ସ୍ପଷ୍ଟ ହେବ । ସିସିଟିଭି ଫୁଟେଜରେ ପୀଡ଼ିତାଙ୍କ ବାପା, ମା’ଙ୍କ ଯିବା ଆସିବା ଦୃଶ୍ୟ ମିଳିଛି । ଅଭିଯୁକ୍ତ ପ୍ରମୋଦଙ୍କ ବାପାଙ୍କ ଏତଲାକୁ ନେଇ ମଧ୍ୟ ତଦନ୍ତ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି ।

ସେପଟେ ଛାତ୍ରୀ ମୃତ୍ୟୁ ଘଟଣାର ଅଭିଯୁକ୍ତ ତଥା ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଏବେ ବାରିମୂଳ ଜେଲରେ l କାଠିଆପଡାର ମୃତ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ପ୍ରମୋଦ l ଏ ନେଇ ପୋଲିସକୁ ମିଳିଛି ଯଥେଷ୍ଟ ପ୍ରମାଣ l ପ୍ରମୋଦଙ୍କ ମୋବାଇଲ ଫୋନ୍ ହିଁ ତାଙ୍କୁ ଧରାପକାଇ ଦେଇଛି l ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିବା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟ୍ କରିଥିଲେ ପ୍ରମୋଦ l ପରେ ସେହି ଭିଡିଓକୁ ଭାଇରାଲ୍ ମଧ୍ୟ କରିଥିଲେ l ପରିବାର ସହମତି ବିନା ଛାତ୍ରୀଙ୍କୁ ବିବାହ କରିବା ପାଇଁ ଜିଦ୍ ଧରି ବିଫଳ ହେବା ପରେ ଛାତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କରିଥିଲେ ପ୍ରମୋଦ l ଏମିତିକି ଜୁଲାଇ ୧୭ ତାରିଖରେ ଛାତ୍ରୀଙ୍କ ବାପାଙ୍କ ମୋବାଇଲକୁ ମଧ୍ୟ ସେ ଏକ ଅଶ୍ଳୀଳ ଭିଡିଓ ପଠାଇଥିଲେ l 

ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଅଗଷ୍ଟ ୬ ତାରିଖ ଦିନ ଛାତ୍ରୀ ଆତ୍ମାହୁତି ଘଟଣାର ମାତ୍ର କିଛି ସମୟ ପୂର୍ବରୁ ପ୍ରମୋଦ ଛାତ୍ରୀଙ୍କ ସହ ଫୋନ୍‌ରେ କଥା ହୋଇଥିଲେ l ସେହିପରି ଘଟଣାର ପୂର୍ବଦିନ ଅର୍ଥାତ ଅଗଷ୍ଟ ୫ ତାରିଖ ଦିନ ମଧ୍ୟ ଉଭୟଙ୍କ ମଧ୍ୟରେ ଫୋନ୍ ଯୋଗେ ଯୋଗାଯୋଗ ହୋଇଥିବାର ପ୍ରମାଣ ମିଳିଛି l ଅଭିଯୁକ୍ତ ମୋବାଇଲରେ ଛାତ୍ରୀଙ୍କର ୫୦ରୁ ଅଧିକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପୋଲିସକୁ ମିଳିଛି l ଛାତ୍ରୀଙ୍କ ଭିଡିଓ ସୁଟ୍ କରିବା ଓ ପରେ ସେ ସବୁକୁ ଭାଇରାଲ୍ କରିବା ଯୋଗୁଁ ଛାତ୍ରୀ ଆତ୍ମହତ୍ୟା କରିଥିବା ପୋଲିସ କହିଛି ।

ସେପଟେ ଗିରଫ ଅଭିଯୁକ୍ତ ପ୍ରମୋଦ ବେହେରାଙ୍କ ସପକ୍ଷରେ ବାହାରିଛି ତାଙ୍କ ପରିବାର l ପ୍ରମୋଦଙ୍କ ବାପା, ମା’ ଓ ଭଉଣୀ ତାଙ୍କୁ ନିର୍ଦ୍ଦୋଷ ବୋଲି ଦାବି କରିବା ସହିତ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ l ପୁଅକୁ ନଛାଡିଲେ ପରିବାର ସମୂହ ଆତ୍ମାହୁତି ଦେବା ପାଇଁ ଧମକ ଦେଇଥିଲେ l ତେବେ ପ୍ରମୋଦଙ୍କ ବାପା ଗଣେଶ୍ଵର ବେହେରା କେନ୍ଦ୍ରାପଡା ପୋଲିସ ଓ ଛାତ୍ରୀଙ୍କ ପରିବାର ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି l ତାଙ୍କ ପୁଅକୁ କେନ୍ଦ୍ରାପଡ଼ା ପୋଲିସ ଚେନ୍ନାଇରୁ ଉଠାଇ ଆଣିଥିବା ଅଭିଯୋଗ କରିଛନ୍ତି ପ୍ରମୋଦଙ୍କ ବାପା l ସେହିପରି ଛାତ୍ରୀଙ୍କୁ ତାଙ୍କ ପରିବାର ଲୋକେ ମାରି ଦେଇଥିବା ଗଣେଶ୍ଵର ଅଭିଯୋଗ କରିଛନ୍ତି l ମୃତ ଛାତ୍ରୀ ଓ ତାଙ୍କ ପୁଅ ପ୍ରମୋଦଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା ନେଇ ପ୍ରମୋଦଙ୍କ ବାପା ଅଭିଯୋଗରେ ଦର୍ଶାଇଛନ୍ତି l 

You Can Read:

ମାନୁନାହାନ୍ତି କଟକଣା, ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ଅଭିଯୋଗ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.