ପାଲବଣି-ରଙ୍ଗାମାଟିଆ ରାସ୍ତାରୁ ହଟିଲା ଜବର ଦଖଲ, ଅଘଟଣ ଆଶଙ୍କାରେ ପୋଲିସ ଫୋର୍ସ ମୁତୟନ

Published By : Prameya-News7 Bureau | May 28, 2025 IST

ବାରିପଦା ୨୮/୦୫: ବୁଲିଲା ବୁଲ୍‌ଡୋଜର, ଭାଙ୍ଗିଲା ଜବରଦଖଲ । ବୁଧବାର ବାରିପଦା ପାଲବଣିରୁ ରଙ୍ଗାମାଟିଆ ରାସ୍ତାର ଉଭୟ ପଟେ ଆରମ୍ଭ ହୋଇଛି ଜବର ଦଖଲ ଉଚ୍ଛେଦ । ପାଲବଣୀରୁ ରଙ୍ଗା ମାଟିଆ ମେଡିକାଲ କଲେଜ ରୋଡ଼ ଚାରି ଥାକିଆ ହେବ। ସେଥିପାଇଁ ଏହି ଜବର ଦଖଲ ଉଚ୍ଛେଦ କରାଯାିଛି । ଜିଲ୍ଲା ପ୍ରଶାସନ, ପୌରପ୍ରଶାସନ ଏବଂ ପୁଲିସ ପ୍ରଶାସନର ମିଳିତ ଉଦ୍ୟମରେ ଉଚ୍ଛେଦ କରାଯାଇଛି ।

 ଉଚ୍ଛେଦ ପ୍ରକ୍ରିୟାରେ ୩ଟି ଜେସିବି ଲାଗିଥିବା ବେଳେ ଗଣ୍ଡଗୋଳ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୨ ପ୍ଲାଟୁନ ଫୋର୍ସ ମୁତୟନ ଥିଲେ । ଚାରି ଥାକିଆ ରୋଡ୍‌ ପାଇଁ ଅନ ଲାଇନ ଟେଣ୍ଡର ପ୍ରକ୍ରିୟା ହୋଇଛି । ତୁରନ୍ତ ଉଛେଦ ପରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ବୁଧବାର ଠୁ ଉଛେଦ ଅଭିଯାନ ଆରମ୍ଭ ହୋଇଛି l ମେ ମାସ ୨୭ ଯାଏ ମହଲତ ଥିବା ବେଳେ ଲୋକଙ୍କୁ ଜବର ଦଖଲ ମୁକ୍ତ କରିବାକୁ ନୋଟିସ ଦିଆ ଯିବା ସହ ଡକାଵାଜି ଯନ୍ତ୍ର ସାହାଯ୍ୟରେ ସୂଚନା ଦିଆ ଯାଇଥିଲା l 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.