LIVE TV

ଅଦିନିଆ ରଥଯାତ୍ରା ପ୍ରସଙ୍ଗ : ‘ଗଜପତିଙ୍କ ଚିଠି ପରେ ଇସ୍କନର ଚିନ୍ତା ଚୈତନ୍ୟ ଉଦୟ ହେଉ ବୋଲି ଆଶା’

NEWS7
esplanade-mall-senior-officer-arrest-in-jornalist-attcak-case

ଭୁବନେଶ୍ବର ୧୦: ଗଜପତିଙ୍କ ଚିଠି ପରେ ଇସ୍କନର ଚିନ୍ତା ଚୈତନ୍ୟ ଉଦୟ ହେଉ ବୋଲି ଆଶା ରହିଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଗଜପତି ଚିଠିରେ ରଥଯାତ୍ରା ପାଇଁ ରୀତିନୀତି କଣ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି କୌଣସି ସ୍ଥାନରେ ମହାପ୍ରଭୁଙ୍କ ରୀତିନୀତି ଭଙ୍ଗ କରିବାକୁ ଦିଆଯିବନାହିଁ ଇସ୍କନ କଣ ଉତ୍ତର ଦେଉଛନ୍ତି ଅପେକ୍ଷା କରିଛୁ । ନହେଲେ ଆଇନଗତ ପଦକ୍ଷେପ ନେବୁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପରମ୍ପରାକୁ ଇସ୍କନ କର୍ତ୍ତୃପକ୍ଷ ବାରମ୍ବାର ଅଣଦେଖା କରୁଛନ୍ତି । ଏହା କୋଟିକୋଟି ଜଗନ୍ନାଥପ୍ରେମୀଙ୍କୁ ଗଭୀର ଆଘାତ ଦେଉଛି । ଏ ନେଇ ଗଜପତି ମହାରାଜା ଏନେଇ ଅନେକ ଥର ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି । ଏହା ସତ୍ତ୍ବେ ଇସ୍କନ ଅଦିନିଆ ରଥଯାତ୍ରାର ଆୟୋଜନ କରୁଛି । ଇସ୍କନର ଏଭଳି ପଦକ୍ଷେପ ନେଇ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ପୁଣି ଚିଠି ଲେଖିଛନ୍ତି । ସେ ଇସ୍କନ ଗଭର୍ଣ୍ଣିଂ ବଡ଼ି କମିସନ (ଜିବିସି) ଅଧକ୍ଷ ଶ୍ରୀ ଗୋବର୍ଦ୍ଧନ ଦାସଙ୍କୁ ଚିଠି ଲେଖିଛନ୍ତି । ଗଜପତି ମହାରାଜଙ୍କ ବ୍ୟକ୍ତିଗତ ସଚିବ ରାଧାକୃଷ୍ଣ ପଣ୍ଡା ଗଣମାଧ୍ୟମକୁ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ।