ଗାଁକୁ ଗାଁ ବୁଲୁଛନ୍ତି ହାତୀ ପଲ, ଘରୁ ଟାଣିନେଇ ମହିଳାଙ୍କୁ ଦଳିଦେଲା ହାତୀ

NEWS7
enough-bjps-doors-closed-forever-for-nitish-kumar-said-amit-shah-in-bihar

କଣ୍ଟାବାଞ୍ଜି ୧୧।୧୨: ବଙ୍ଗୋମୁଣ୍ଡା ରେଞ୍ଜ ଛତରଦାଣ୍ଡି ଜଙ୍ଗଲରେ ୩୦ ଟିକିଆ ହାତୀ ପଲଙ୍କ ଉପଦ୍ରବ ବୃଦ୍ଧି ପାଇଛି । ୩୦ ଟିକିଆ ହାତୀ ପଲ ଚଳପ୍ରଚଳ କରୁଥିବା ବେଳେ ଗାଁକୁ ଗାଁ ଯାଇ ଘରଦ୍ୱାର ଭାଙ୍ଗୁଛନ୍ତି । ଗତ ରାତିରେ ତୁରେକେଲା ବ୍ଲକ ସାନବାଙ୍କି ଗ୍ରାମର ଜଣେ ମହିଳାଙ୍କୁ ହାତୀ ଦଳିଦେଇଛି । ମୃତ ମହିଳା ଜଣକ ହେଉଛନ୍ତି ସାନବାଙ୍କି ଗାଁର ମନ୍ଦାର ପୁଟେଲ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ସତ୍ୟାନନ୍ଦ ପୁଟେଲ ଓ ତାଙ୍କ ପରିବାର ରାତିରେ ଘରେ ଥିବା ସମୟରେ ହାତୀ ଆକ୍ରମଣ କରିଥିଲେ । ମନ୍ଦାରଙ୍କୁ ଘର ଭିତରୁ ହାତୀ ଟାଣି ନେଇ ଦଳି ଚକଟି ମାରିଦେଇଛି । ମହିଳାଙ୍କ ଶ୍ବଶୁର ଓ ସ୍ୱାମୀଙ୍କୁ ମଧ୍ୟ ଆକ୍ରମଣ କରିଥିବା ବେଳେ ସେମାନେ ଆହତ ହୋଇଛନ୍ତି । ମୃତକଙ୍କ ୩ ଛୁଆ ଥିବାରୁ ମହିଳାଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡ଼ିଛନ୍ତି । ଫଳରେ ଅଞ୍ଚଳବାସୀ କ୍ଷତିପୂରଣ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି ।

ଗତ କିଛି ଦିନ ହେବ ଏହି ଅଞ୍ଚଳ ରେ ହାତୀ ପଲ ଉତ୍ପାତ କରିବା ସହ ଲୋକଙ୍କ ଘରଦ୍ୱାର ଭାଙ୍ଗି ପକାଉଛନ୍ତି । ଏହାସହ ଧାନ ଫସଲ ନଷ୍ଟ କରୁଛନ୍ତି । ଅନ୍ୟ ପକ୍ଷରେ ଏ ନେଇ ବନ ବିଭାଗର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।