ଲର୍ଡ୍ସ ଟେଷ୍ଟ ପାଇଁ ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶ ଘୋଷଣା, ୪ ବର୍ଷ ପରେ ଫେରିଲେ ଆର୍ଚର

Published By : Prameya-News7 Bureau | July 09, 2025 IST

ଲର୍ଡ୍ସ: ଇଂଲଣ୍ଡ ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ନିଜର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଦଳ ଲର୍ଡ୍ସରେ ଗୁରୁବାରଠୁ ଆରମ୍ଭ ହେଉଥିବା ଟେଷ୍ଟ ମ୍ୟାଚ୍‌ ପାଇଁ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଦୀର୍ଘ ଚାରି ବର୍ଷ ପରେ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆର୍ଚରଙ୍କୁ ଜୋଶ ଟଙ୍ଗଙ୍କ ସ୍ଥାନରେ ଦଳରେ ସାମିଲ୍ କରାଯାଇଛି। 

ଆର୍ଚର ଦୀର୍ଘ ସମୟ ପର୍ଯ୍ୟନ୍ତ କହୁଣୀ ଓ ପିଠିଜନିତ ଆଘାତ ସମସ୍ୟାରୁ ମୁକୁଳିବା ପରେ ଟେଷ୍ଟ ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ। ସେ ନିଜର ଶେଷ ଟେଷ୍ଟ ୨୦୨୧ ଫେବୃଆରୀରେ ଖେଳିଥିଲେ। ଉଲ୍ଲେଖନୀୟ ଇଂଲଣ୍ଡ ସିରିଜର ପ୍ରଥମ ଟେଷ୍ଟ ୫ ଓ୍ଵିକେଟ୍‌ରେ ଜିତିଥିବା ବେଳେ ଭାରତ ଦ୍ଵିତୀୟ ଟେଷ୍ଟକୁ ୩୩୬ ରନରେ ଜିତି ନେଇଛି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ ୧-୧ରେ ବରାବର ସ୍ଥିତିରେ ରହିଛି।

Also read: RCBର ଷ୍ଟାର ବୋଲରଙ୍କ ବିରୋଧରେ ରୁଜୁ ହେଲା ମାମଲା, ଜେଲ୍ ଯିବାକୁ ପଡ଼ିପାରେ

ଦ୍ରୁତ ବୋଲର ଜୋଫ୍ରା ଆର୍ଚର ପରିବାରର ଜରୁରୀକାଳୀନ ସ୍ଥିତି ପାଇଁ ଏଜବାଷ୍ଟନରେ ଖେଳା ଯାଇଥିବା ୨ୟ ଟେଷ୍ଟରୁ ନିଜର ନାଁ ଫେରାଇ ନେଇଥିଲେ। କିନ୍ତୁ ତୃତୀୟ ଟେଷ୍ଟରେ ଚୟନ ପାଇଁ ଉପଲବ୍ଧ ଥିଲେ। ଆଉ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି। 

ତୃତୀୟ ଟେଷ୍ଟ ପାଇଁ ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶ

ଜ୍ୟାକ କ୍ରାଉଲି, ବେନ ଡକେଟ୍, ଓଲି ପୋପ୍, ଜୋ ରୁଟ୍, ହ୍ୟାରି ବ୍ରୁକ, ବେନ ଷ୍ଟୋକ୍ସ(ଅଧିନାୟକ), ଜେମି ସ୍ମିଥ, କ୍ରିସ ଓ୍ଵକ୍ସ, ବ୍ରାଇଡନ କାର୍ସ, ଜୋଫ୍ରା ଆର୍ଚର, ଶୋଏବ ବସିର। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.