ଆଇନ ଆସିଲେ ସୁରୁଖୁରୁରେ ହେବ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି, ଅନ୍ତରୀଣ ରିପୋର୍ଟ ଦେଲେ ଲିଙ୍ଗରାଜ ମନ୍ଦିର ସତ୍ବଲିପି କମିଟି

NEWS7
emirate-shariah-phulwari-sharif-declares-eid

ଭୁବନେଶ୍ବର ୯।୧: ଜଷ୍ଟିସ ଡି ପି ଚୌଧରୀଙ୍କ ଅଧକ୍ଷତାରେ ଗଠିତ ଲିଙ୍ଗରାଜ ମନ୍ଦିର ସତ୍ବଲିପି କମିଟିର ଅନ୍ତରୀଣ ରିପୋର୍ଟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପ୍ରଦାନ । ସବୁ ନିଯୋଗର ପୁରାତନ ନଥିପତ୍ରକୁ ନେଇ ଜଷ୍ଟିସ ଡି ପି ଚୌଧରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନ ପ୍ରସ୍ତୁତ କରିଛି ରିପୋର୍ଟ । ଆଇନ ଆସିଲେ ଶୃଙ୍ଖଳିତ ହେବ ଲିଙ୍ଗରାଜ ମନ୍ଦିର ସେବା, ନୀତି ଓ ପର୍ବପର୍ବାଣି । ବିଶେଷକରି ନୀତିକାନ୍ତି ସୁରୁଖୁରୁରେ ପରିଚାଳିତ ହେବ । ତେବେ ବର୍ତ୍ତମାନ ରିପୋର୍ଟକୁ ଆଇନ ବିଭାଗ ତର୍ଜମା କରିବ । ପରେ ମୁଖ୍ୟମନ୍ତ୍ରୀଙ୍କୁ ବିଭାଗ ପ୍ରଦାନ କରିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ସେହିପରି ରିପୋର୍ଟ ପ୍ରଦାନ ପରେ ଜଷ୍ଟିସ ଡି ପି ଚୌଧରୀ ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଲିଙ୍ଗରାଜ ମହାପ୍ରଭୁ ଉପାସ ନରହିବେ ସେନେଇ କମିଟି ବସିଥିଲା । ଇତିହାସକାର, ଏଏସଆଇ, ଓଡ଼ିଶା ଷ୍ଟେଟ୍ ଲାଇବ୍ରେରୀ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନରୁ ଲିଙ୍ଗରାଜ ମନ୍ଦିର ସେବା, ନୀତି, ନିଯୋଗ ଓ ପର୍ବପର୍ବାଣି ନେଇ  ତଥ୍ୟ ମଗା ଯାଇଥିଲା । ସେହି ପ୍ରାଥମିକ ତଥ୍ୟ ଅନୁସାରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଜଷ୍ଟିସ ଡି ପି ଚୌଧୁରୀ ।