ଆଠଗଡ଼ ୨୮।୫: ଖାଦ୍ୟ ଅଭାବରୁ ଗାଁ ମୁହାଁ ହାତୀ ପଲ । ରଣସିଂହପୁର-ଜନ୍ତାରିଆ ଗାଁ ନିକଟ ଆମ୍ବ ବଗିଚା ନିକଟରେ ରହିଛନ୍ତି ହାତୀ ପଲ । ଗତ ୧ ମାସରୁ ଉର୍ଦ୍ଧ୍ବ ସମୟ ହେଲାଣି ଗାଁର ଆମ୍ବ ବଗିଚାରେ ରହିଛନ୍ତି ।
ଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ରଣସିଂହପୁର, ଜନ୍ତାରିଆ, ଗୋପପୁର, ବଡଭୂଇଁ ଆଦି ବିଭିନ୍ନ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡିକରେ ହାତୀ ପଲ ଦେଖିବାକୁ ମିଳିଛି । ସଂରକ୍ଷିତ ଜଙ୍ଗଲ ମଧ୍ୟରେ ହାତୀ ମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ନଥିବାରୁ ଖରାଦିନେ ହାତୀ ପଲ ଆମ୍ବ ଖାଇବା ପାଇଁ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକୁ ଆସିବା ସହ ଆମ୍ବ, ପଣସ ଖାଇବା ପାଇଁ ଆସିଥିବା ଦେଖିବାକୁ ମିଳିଛି । ଦୁଇଟି ଛୁଆ ଓ ମାଈ ଦନ୍ତା ହାତୀ ମିଶି ୧୧ରୁ ଅଧିକ ହାତୀ ଆମ୍ବ ବଗିଚାରେ ରହିବା ସହ ଗ୍ରାମ ନିକଟବର୍ତ୍ତୀ ଗ୍ରାମ ନିକଟରେ ଚଳପ୍ରଚଳ କରୁଥିବାରୁ ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ବନ ବିଭାଗ ପକ୍ଷରୁ ଏହାର ତ୍ୱରିତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ବନ ବିଭାଗର କାର୍ଯ୍ୟାଳୟକୁ ଘେରାଉ କାରିବେ ବୋଲି ଚେତାବନୀ ଦେଲେଣି ସ୍ଥାନୀୟ ଲୋକେ ।
You Can Read:
ବିଜେଡି ଛାଡ଼ିଲେ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା