ଆଠଗଡ ବଡମ୍ବା ରେଞ୍ଜରୁ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | February 06, 2025 IST

ଆଠଗଡ ୬/୨: ପୁଣି ହାତୀ ମୃତ୍ୟୁ ଅଭିଯୋଗ । ବଡମ୍ବା ରେଞ୍ଜରେ ହାତୀର ଗଳିତ ମୃତଦେହ ଉଦ୍ଧାର ।ଅରଣ୍ଡା ବିଟ୍‌ ହଳଦିଆ ଶ୍ରେଣୀ ସଂରକ୍ଷିତ ଜଙ୍ଗଲର କଂପାଣ୍ଟମେଣ୍ଟ ୪ରେ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି ।  

ମୃତ ମାଈ ହାତୀର ବୟସ ୫ରୁ ୭ ବର୍ଷ ହେବ । ତେବେ ହାତୀର ମୃତ୍ୟୁ କେମିତି ହେଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନି । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବା ନେଇ ସୂଚନା ଦେଇଛି ବନ ବିଭାଗ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.