ବାଲିଯାତ୍ରା ୨୦୨୫
LIVE TV

ବିହାର ଜନାଦେଶ : ୧୫୬ ସିଟରେ NDA ଆଗରେ

NEWS7
electric-tooth-brush-invented-by-french-company-cost-9k-rupees-can-clean-teeth-in-10-sec

ନୂଆଦିଲ୍ଲୀ, ୧୪|୧୧: ଏନଡିଏକୁ ବଡ ସଫଳତା । ଭୋଟ୍ ଗଣତି ଆରମ୍ଭରୁ ଏନଡିଏ ବହୁ ଆଗରେ ଥିବା ଜଣାପଡିଛି । ଏପରିକି ବିଜେପି ଏବଂ ଜେଡିୟୁ ସିଟ୍ ଟ୍ରେଣ୍ଡରେ ମ୍ୟାଜିକ୍ ନମ୍ବର ଅତିକ୍ରମ କରିଥିବା ଜଣାପଡିଛି । ଏବେସୁଦ୍ଧା ଏନଡିଏ ୧୫୬ଟି ଆସନରେ ଆଗୁଆ ରହିଥିବା ବେଳେ ମହାଗଠବନ୍ଧନ ଟି ସିଟରେ ଆଗୁଆ ରହିଛି ।

ସୂଚନାନୁସାରେ, ଶୁକ୍ରବାର ବିହାର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି । ୩୮ ଜିଲ୍ଲାରେ ଭୋଟ ଗଣତି ପାଇଁ ୪୬ଟି ମତଗଣନା କେନ୍ଦ୍ର କରାଯାଇଛି । ସାଧାରଣତଃ ଗୋଟିଏ ଜିଲ୍ଲାରେ ଥିବା ସମସ୍ତ ବିଧାନସଭା ଆସନର ଭୋଟ ଗଣତି ପାଇଁ ଜିଲ୍ଲା ମୁଖ୍ୟାଳୟରେ ମତଗଣନା କେନ୍ଦ୍ର ହୋଇଥାଏ । କିନ୍ତୁ ନିର୍ବାଚନ କମିସନ ବିହାରର କିଛି ଜିଲ୍ଲା ଏକରୁ ଅଧିକ ମତଗଣନା କେନ୍ଦ୍ର କରିଛନ୍ତି ।ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରତ୍ୟେକ ବିଧାନସଭା ଆସନରେ ୧୪ଟି ଟେବୁଲରେ ଭୋଟ ଗଣତି ପାଇଁ ବ୍ୟବସ୍ଥା ହୋଇଛି

କହିବାକୁ ଗଲେ ବିହାର ଜନତା ଦୁଇଟି ପର୍ଯ୍ୟାୟରେ ବମ୍ପର ଭୋଟିଂ କରିଛନ୍ତି । ୧୧ ତାରିଖରେ ମତଦାନ ସରିବା ପରେ ବିଭିନ୍ନ ସଂସ୍ଥାର ବୁଥ ବାହୁଡ଼ା ମତ ବା ଏକଜିଟ ପୋଲ ରିପୋର୍ଟ ସାମ୍ନାକୁ ଆସିଥିଲା । ବୁଥ ବାହୁଡ଼ା ମତରେ ଏନଡିଏକୁ ବହୁମତ ଦେଇଛନ୍ତି ବିଭିନ୍ନ ସଂସ୍ଥା । ଗତକାଲି ଆକ୍ସିସ- ମାଇ ଇଣ୍ଡିଆର ଏକଜିଟ ପୋଲରେ ମଧ୍ୟ ଏନଡିଏ ପୁଣି କ୍ଷମତାକୁ ଫେରୁଥିବା କୁହାଯାଇଛି । ପ୍ରାରମ୍ଭିକ ଟ୍ରେଣ୍ଡ୍ ମଧ୍ୟ ଏପରି କହିଛି ।