ଗାଧୋଇବା ବେଳେ ପାଣି ପମ୍ପ୍‌ରୁ ଲାଗିଲା ବିଦ୍ୟୁତ ଝଟ୍‌କା : ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

Published By : Prameya-News7 Bureau | May 27, 2025 IST

ସମ୍ବଲପୁର ବିଦ୍ୟୁତ ଆଘାତରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଭାଲୁଗାଡିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଭାଲୁଗାଡିଆ ଗାଁର ମହିଳା ଗାଧୋଇବାକୁ ଯାଇଥିବା ବେଳେ ମଟର ପମ୍ପରୁ ବିଦ୍ୟୁତ ଆଘାତ ଲାଗିଥିଲା । ବିଦ୍ୟୁତ ଆଘାତ ଲାଗିଥିବା ଦେଖି ସ୍ବାମୀ ତାଙ୍କୁ ଛଡାଇବାକୁ ଯାଇଥିଲେ । କିନ୍ତୁ ଘଟଣାସ୍ଥଳରେ ଚାଲିଗଲା ତାଙ୍କ ଜୀବନ । ତେବେ ସ୍ତ୍ରୀକୁ ସ୍ବାମୀ ଛଡାଇବାକୁ ଉଦ୍ୟମ କରିଥିବା ବେଳେ ସ୍ବାମୀ ମଧ୍ୟ ଗୁରୁତର ହୋଇଛନ୍ତି । ମୃତ ମହିଳା ଜଣଙ୍କ ହେଲେ ଅନୀତା ପୁରୋହିତ ଓ ଗୁରୁତର ପୁରୁଷ ଜଣକ ହେଲେ ସନ୍ତୋଷ ପୁରୋହିତ । ମୃତ ମହିଳା ଜଣକ ବାଟଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ ।

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.