ମହାକାଶକୁ ଯାତ୍ରା କଲା ଇସ୍ରୋର ବାହୁବଳୀ : ବିଶ୍ୱର ଅପହଁଚ ଇଲାକାରେ ଏବେ ମିଳିବ 5ଜି ଇଣ୍ଟରନେଟ୍

NEWS7
election-complited-at-pratappur-cooperative-society

ନୂଆଦିଲ୍ଲୀ, ୨୪/୧୨: ଲଞ୍ଚ୍ ହେଲା ବାହୁବଳୀ । ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ବା ଇସ୍ରୋ ବୁଧବାର ସକାଳ ୮ଟା ୫୫ରେ ବାହୁବଳୀ ରକେଟ ଏଲଭିଏମ-୩ରୁ ଆମେରିକୀୟ କମ୍ପାନୀର ଏସଏସଟି ସ୍ପେସ୍ ମୋବାଇଲର ସାଟେଲାଇଟ୍ ଲଞ୍ଚ୍ କରିଛି । ଏସଏସଟି ସ୍ପେସ୍ ମୋବାଇଲର ବ୍ଲୁ ବାର୍ଡ-ବ୍ଲକ୍-୨ ସାଟେଲାଇଟକୁ ସଫଳତା ପୂର୍ବକ ଉତକ୍ଷେପଣ କରାଯାଇଛି । ଏଲଭିଏମ-୩ର ଏହା ଷଷ୍ଠ ଉତକ୍ଷେପଣ । ଯାହା ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।

ଏହି ମିଶନ ନ୍ୟୁସ୍ପେସ ଇଣ୍ଡିଆ ଲିମିଟେଡ୍ ଏବଂ ଏଏସଟି ସ୍ପେସ ମୋବାଇଲ ମଧ୍ୟରେ ହୋଇଥିବା ଚୁକ୍ତି ଆଧାରରେ କରାଯାଇଛି । ଏହାଦ୍ୱାରା ଲୋ ଆର୍ଥ ଅର୍ବିଟରେ ବିଶ୍ୱର ସବୁଠୁ ବଡ ବାଣିଜ୍ୟିକ ସାଟେଲାଇଟକୁ ମୁତୟନ କରାଯିବ । ଯାହା ସାଧାରଣ ସ୍ମାର୍ଟଫୋନକୁ ମହାକାଶରେ ଇଣ୍ଟରନେଟ୍ ସେବା ପ୍ରଦାନ କରିବ ।

ବ୍ଲୁ ବାର୍ଡ ବ୍ଲକ୍ -୨ର ବିଶେଷତ୍ୱ

ବ୍ଲୁ ବାର୍ଡ ବ୍ଲକ୍ -୨ ଏଏସଟି ସାଟେଲାଇଟ୍ ସ୍ପେସ ମୋବାଇଲର ଆଗାମୀ ପୀଢି ବା ନେକ୍ସଟ୍ ଜେନେରେସନ ସାଟେଲାଇଟ୍ । ଏହା ସାହାଯ୍ୟରେ ସାରା ବିଶ୍ୱରେ ଇଣ୍ଟରନେଟ୍ ଅପହଁଚ ଥିବା ସ୍ଥାନରେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ହେବ ।

ସାଟେଲାଇଟର ଓଜନ ହେଉଛି ୬୧୦୦ରୁ ୬୫୦୦ କେଜି । ଏହା ଭାରତୀୟ ମାଟିରୁ ଉତକ୍ଷେପଣ କରାଯାଇଥିବା ସବୁଠୁ ଓଜନିଆ ସାଟେଲାଇଟ୍ ଅଟେ । ଏଥିରେ ୨୨୩ ବର୍ଗ ମିଟରର ଆଣ୍ଟିନା ଲାଗିଛି । ଯାହା ଲୋ ଆର୍ଥ ଅର୍ବିଟରେ ମୁତୟନ ହୋଇଥିବା ସବୁଠୁ ବଡ ବାଣିଜ୍ୟିକ ସାଟେଲାଇଟ୍ ।

ସବୁଠାରୁ ବଡ କଥା ହେଉଛି ଯେ, ସାଟେଲାଇଟ୍ ଉଭୟ ୪ଜି ଏବଂ ୫ଜି ନେଟ୍ ସୁବିଧା ଉପଲବ୍ଧ କରିବ । ଯାହା ହାଇସ୍ପିଡ୍ ବ୍ରଡ୍ ବ୍ରାଣ୍ଡ୍ ପ୍ରଦାନ କରିଥାଏ । ଏହାସାହାଯ୍ୟରେ ୟୁଜରଙ୍କୁ ୧୨୦ ଏମବିପିଏସର ଡାଟା ସ୍ପିଡ୍ ମିଳିପାରିବ । ସେହିପରି ଭଏସ କଲ୍, ଭିଡିଓ କଲ ସୁବିଧା ମଧ୍ୟ ୟୁଜର ପାଇପାରିବେ ।