LIVE TV

୪୭୪ ଦଳ ଉପରେ ଚାଲିଲା ECI ଚାବୁକ୍, ରାଜନୈତିକ ଦଳର ପଞ୍ଜିକରଣ ବାତିଲ

NEWS7
ECI

ନୂଆଦିଲ୍ଲୀ ୨୦/୦୯: ଭାରତୀୟ  ନିର୍ବାଚନ କମିଶନ  ୪୭୪ଟି ପଞ୍ଜୀକୃତ ଅଣମାନ୍ୟତାପ୍ରାପ୍ତ ରାଜନୈତିକ ଦଳକୁ ତାଲିକାରୁ ହଟାଇଛନ୍ତି। ଏହି ଦଳଗୁଡ଼ିକ ବିଗତ ୬ ବର୍ଷ ହେଲା କୌଣସି ନିର୍ବାଚନ ଲଢ଼ିନଥିଲେ । ଏହି କାର୍ଯ୍ୟାନୁଷ୍ଠାନ ସହିତ ବିଗତ ୨ ମାସ ମଧ୍ୟରେ ଏବେସୁଦ୍ଧା ୮୦୮ ଦଳର ପଞ୍ଜୀକରଣକୁ ରଦ୍ଦ କରିଛନ୍ତି ECI।

ପୂର୍ବରୁଅଗଷ୍ଟ ୯ରେ ପ୍ରଥମ ପର୍ଯ୍ୟାୟରେ ୩୩୪ଟି ଦଳର ପଞ୍ଜୀକରଣକୁ ରଦ୍ଦ କରାଯାଇଥିଲା। ଏହାଛଡ଼ା ଇସିଆଇ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଅନ୍ୟ ୩୫୯ଟି ଦଳକୁ ଚିହ୍ନିତ କରିଛନ୍ତି । ଏହି ଦଳଗୁଡ଼ିକ ବିଗତ ୩ ଆର୍ଥିକ ବର୍ଷରେ ନିଜର ଅଡିଟେଡ୍ ଆକାଉଣ୍ଟସ ଓ ନିର୍ବାଚନୀ ଖର୍ଚ୍ଚର ରିପୋର୍ଟ ଦାଖଲ କରିନାହାନ୍ତି। ଏହି ଦଳଗୁଡ଼ିକ ନିର୍ବାଚନୀ ପ୍ରକ୍ରିୟାରେ ଭାଗ ନେଇଥିଲେ। କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ଜରୁରି ରିପୋର୍ଟ ଦାଖଲ କରିନଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ଇସିଆଇଙ୍କ ଅନୁସାରେ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହି ଦଳ ଗୁଡ଼ିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କୁ ନିଜର ପକ୍ଷ ଉପସ୍ଥାପନ କରିବାକୁ ସୁଯୋଗ ଦିଆଯିବ। ସେମାନଙ୍କ ଜବାବ ପ୍ରସଙ୍ଗରେ ଶୁଣାଣିପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।