ଯାଜପୁର ୧୨।୮: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଭାଇଙ୍କ ମଧ୍ୟରେ ବିବାଦ । ମଝିଆ ଭାଇ ଉପରକୁ ବଡ ଭାଇ ପେଟ୍ରୋଲ ବୋମା ଫିଙ୍ଗିଥିବା ଅଭିଯୋଗ । ମଝିଆ ଭାଇ ଉତ୍ତମ ଦାସ ବୋମା ମାଡ଼ରେ ଆହତ । ବଡ ଭାଇ ଉଲ୍ଲାସ ବରୀ ଥାନାରେ ଅଟକ ।
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ବରି ଉତ୍ତର ଗାଁର ଉତ୍ତମ ଦାସ ସୋମବାର ବିଳମ୍ବିତ ରାତିରେ ଗେଟ୍ରେ ତାଲା ପକାଉଥିଲେ । ସେହି ସମୟରେ ବଡ଼ ଭାଇ ଉଲ୍ଲାସ ଦାସ ଉପର ଘରୁ ତାଙ୍କ ଉପରକୁ ପେଟ୍ରୋଲ ବୋମା ପକାଇଥିଲେ । ଏ ନେଇ ବରୀ ଥାନାରେ ଅଭିଯୋଗ ହୋଇଛି । ସୌଭାଗ୍ୟ ବଶତଃ ବୋମାଟି ଏକ ଗଛରେ ବାଜି ଫାଟିଥିଲା । ଫଳରେ ଉତ୍ତମ ଅଳ୍ପକେ ଆଘାତ ପ୍ରାପ୍ତ ହୋଇଥିଲେ । ତାଙ୍କୁ ତୁରନ୍ତ ବରୀ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଖବର ପାଇ ବରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବଡ଼ ଭାଇ ଉଲ୍ଲାସ ଦାସଙ୍କୁ ଥାନାକୁ ନେଇ ଅଟକ ରଖିଛନ୍ତି । ଏ ନେଇ ବରୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ତେବେ ଜମିବାଡିକୁ ନେଇ ଭାଇ ମାନଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା । ସୋମବାର ଏହାକୁ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି ।
You Can Read: