ଖଲ୍ଲିକୋଟ ୧୨।୪: ସାନ ଭାଇଙ୍କୁ ପିଟିପିଟି ହତ୍ୟା କଲା ବଡ଼ ଭାଇ । ଜେଲ୍ ଫେରନ୍ତା ସାନ ଭାଇ ପପୁନ ରାଉତକୁ ହତ୍ୟା କଲା ବଡ଼ ଭାଇ । ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବାଦପଲ୍ଲୀ ଗାଁରେ ଘଟିଛି ଏଭଳି ଅଘଟଣ ।
ସାନ ଭାଇ ପପୁନ ବିଭିନ୍ନ ଅପରାଧ ମାମଲାରେ ଛନ୍ଦି ହୋଇ ଜେଲ୍ ଯାଇଥିଲା । କିଛି ମାସ ପୂର୍ବେ ଜେଲରୁ ଫେରିଥିଲା ସାନ ଭାଇ । ଶୁକ୍ରବାର ରାତିରେ ଦୁଇ ଭାଇଙ୍କ ମଧ୍ୟରେ କଳହ ଲାଗିଥିଲା । ବଡ଼ ଭାଇ କୈଳାଶ ରାଉତ ସାନ ଭାଇଙ୍କୁ ଡେଙ୍ଗାରେ ପିଟିପିଟି ହତ୍ୟା କରିଛି
। କୋଦଳା ପୋଲିସ ବଡ଼ ଭାଇ ଏବଂ ଭାଉଜକୁ ଅଟକ ରଖି ପଚରା ଉଚର ଜାରି ରଖିଛି ।
You Can Read:
ନରେନ୍ଦ୍ର ପୁଷ୍କରିଣୀରୁ କଢ଼ାଗଲା ଚାପ ଡଙ୍ଗା, ଚନ୍ଦନ ଯାତ୍ରାରେ ଚାପ ଖେଳିବେ ମହାପ୍ରଭୁ