ଯୁବକଙ୍କ ହାଇଡ୍ରାମା, ପୁରା ଗାଁ ରାତିସାରି ଅନିଦ୍ରା

NEWS7
ed-raid-on-kolkatas-businessman-house-found-7-crore-cash

ଦିଗପହଣ୍ଡି ୧୪।୦୩ : ନାକେଦମ୍ ହେଲା ପୋଲିସ । ଜଣେ ଯୁବକ ଟାଓ୍ୱାର ଉପରେ ଚଢି ପୋଲିସ ଏବଂ ସ୍ଥାନୀୟ ଲୋକଙ୍କୁ ନାକେଦମ କରିଛି । ଯାହାଫଳରେ ପୁରା ଗାଁ ରାତି ଅନିଦ୍ରା ହେବାକୁ ପଡ଼ିଛି । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତଣ୍ଡିପୁର ଗାଁରୁ ଆସିଛି ଏପରି ଏକ ଅଜବ ଘଟଣା ।

ଏ ଖବର ବି ପଢନ୍ତୁ:-ନୀତି ବିଭ୍ରାଟ ରୋକିବାକୁ ଶ୍ରୀମନ୍ଦିର ପ୍ରଶାସନ ତତ୍ପର, ବୁଧବାର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତଣ୍ଡିପୁର ଗାଁରେ ଜଣେ ଯୁବକ । ହଠାତ୍ ଯୁବକ ଜଣକ ଶୁକ୍ରବାର ଦିନ ସଂଧ୍ୟା ସମୟରେ ଗାଁରେ ଥିବା ଏକ ମୋବାଇଲ ଟାଓ୍ୱାର ଉପରେ ଚଢିଯାଇଥିଲେ । ଗାଁ ଲୋକେ ଓ ସ୍ଥାନୀୟ ପୋଲିସର ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଟାଓ୍ୱାରରୁ ଓହ୍ଲାଇବାକୁ ବାରମ୍ବାର ଅନୁରୋଧୀ କରିଥିଲେ । କିନ୍ତୁ ଯୁବକ ଜଣଙ୍କ ଟାଓ୍ୱାରରୁ ଓହ୍ଲାଇବାକୁ ରୋକଠୋକ ମନା କରିଦେଇଥିଲେ । ଶେଷରେ ୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଯୁବକ ଜଣଙ୍କ ଟାଓ୍ୱାରରୁ ଓହ୍ଲାଇଥିଲେ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ । ବିଳମ୍ବିତ ରାତି ଯାଏଁ ଗାଁରେ ଚାଲିଥିଲା ଏହି ରେସ୍କ୍ୟୁ ଅପରେସନ । ଯାହାଫଳରେ ଗାଁ ଲୋକ ଅନିଦ୍ରା ହୋଇ ରହିଥିଲେ ।

ଏ ଖବର ବି ପଢନ୍ତୁ:- ନୂଆ ଦଳ, ନୂଆ ନିର୍ବାଚନୀ ଚିହ୍ନ... AIADMKରୁ ଅଲଗା ହେବା ପରେ ପୁଣି ରାଜନୈତିକ ଇନିଂସ୍ ଆରମ୍ଭ କଲେ ଶଶିକଳା

ତେବେ ଯୁବକ ଜଣଙ୍କ ମୋବାଇଲ ଟାଓ୍ୱାର ଉପରେ ଚଢି କାହିଁକି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସେପଟେ ଯୁବକଙ୍କୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରିଛି ପୋଲିସ । ଚିକିତ୍ସା ପରେ ଜେରା କରିବ ପୋଲିସ ବୋଲି ସୂଚନା ରହିଛି । ପୋଲିସର ଜେରା ପରେ ହିଁ ଟାଓ୍ୱାର ଉପରେ ଚଢିଥିବାର ସ୍ପଷ୍ଟ ସୂଚନା ମିଳିବ ।