ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ, ୨୦ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଥିଲା CBI

Published By : Prameya-News7 Bureau | May 30, 2025 IST

ଭୁବନେଶ୍ବର ୩୦: ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ଇଡି ଡେପୁଟି ଡ଼ାଇରେକ୍ଟର ଓ ମିଡ଼ିଲମ୍ୟାନ । ଜେରା ବେଳେ ଲାଞ୍ଚ ଟଙ୍କା ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇନପାରିବାରୁ ଗିରଫ କଲା ସିବିଆଇ । ରାତି ତମାମ ଉଭୟଙ୍କୁ ଜେରା କରିଥିଲା ସିବିଆଇ । ଦୁହିଁଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା । ଲାଞ୍ଚ ନେବାବେଳେ ଇଡି ଡେପୁଟି ଡ଼ାଇରେକ୍ଟର ଗୁରୁବାର ସିବିଆଇ ହାତରେ ଧରାପଡିଥିଲେ । 

ଡେପୁଟି ଡ଼ାଇରେକ୍ଟର ଚିନ୍ତନ ଶ୍ରୀବାସ୍ତବ ଓ ମିଡ଼ିଲମ୍ୟାନ ଭକ୍ତି ବେହେରା ଗୁରୁବାର ଜଣେ ଖଣି ବ୍ୟବସାୟୀଙ୍କ କେସ୍ ରଫାଦଫା କରିବା ପାଇଁ ୨୦ଲକ୍ଷ ଲାଞ୍ଚ ନେଉଥିଲେ । ଢେଙ୍କାନାଳ ଅଞ୍ଚଳର ଖଣି ବ୍ୟବସାୟୀ ଏନେଇ ସିବିଆଇକୁ ସୂଚନା ଦେଇଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଚଢ଼ାଉ କରାଯାଇଥିଲା । 

ସିବିଆଇ ପଞ୍ଝାରେ ଇଡି ଡେପୁଟି ଡାଇରେକ୍ଟର, ରେଡ୍ ଭୟ ଦେଖାଇ ବ୍ୟବସାୟୀଙ୍କ ଲୁଟ ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚ

ଗତ ଜାନୁଆରୀ ୮ ତାରିଖରେ ଖଣି ଦୁର୍ନୀତିକୁ କେନ୍ଦ୍ର କରି ରାଜ୍ୟରେ ଏକାଧିକ ସ୍ଥାନରେ ରେଡ଼ ହୋଇଥିଲା । ସେହି କେସ୍‌କୁ ଚାପିବା ପାଇଁ ୧ କୋଟି ଟଙ୍କାର ଡିଲ୍ ହୋଇଥିଲା । ୨୦ଲକ୍ଷ ଟଙ୍କା ନେଉଥିବା ବେଳେ ପ୍ରଥମେ ମିଡ଼ିଲମ୍ୟାନକୁ ଧରାଯାଇଥିଲା । ତାଠାରୁ ମିଳିଥିବା ସୂଚନା ଆଧାରରେ ଇଡି ଡେପୁଟି ଡାଇରେକ୍ଟରଙ୍କୁ କାବୁ କରାଯାଇଥିଲା । ତାଙ୍କୁ ଶୁକ୍ରବାର ଗିରଫ କରାଯାଇଥିବା ସିବିଆଇ ସୂଚନା ଦେଇଛି  ।

You Can Read:

କଟକଣା ମାନୁନାହାନ୍ତି ମତ୍ସ୍ୟଜୀବୀ, ବାରଣ ସତ୍ତ୍ବେ ଯାଉଛନ୍ତି ମାଛ ଧରି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.