LIVE TV

ଗୋବିନ୍ଦାଙ୍କ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନୀତା, କହିଲେ- ପ୍ରମାଣ ପାଇଲେ ମୁଁ ନିଜେ ଡାକିବି

NEWS7
ed-attaches-rs-16-38-cr-worth-of-mumbai-ajl-asset

ମୁମ୍ଵାଇ ୦୫।୧୧; କିଛି ମାସ ତଳେ ଗୋବିନ୍ଦା ଓ ସୁନୀତା ଆହୁଜାଙ୍କ ବିବାହ ବିଚ୍ଛେଦ ଖବର ଚର୍ଚ୍ଚାରେ ଥିଲା । ଜଣେ ମରାଠୀ ଅଭିନେତ୍ରୀଙ୍କ ସହ ଗୋବିନ୍ଦାଙ୍କର ପ୍ରେମ ସମ୍ପର୍କ ଥିଲା, ଯାହା ସ୍ୱାମୀ-ସ୍ତ୍ରୀଙ୍କ ବିଚ୍ଛେଦର କାରଣ ବୋଲି ଖବର ଆସିଥିଲା। ବେଶ କିଛି ଦିନର ବ୍ରେକ୍‌ ପରେ ସୁନୀତା ଏବେ ଗୋବିନ୍ଦାଙ୍କ ବିବାହୋତ୍ତର ପ୍ରେମ ସମ୍ପର୍କ ବିଷୟ ଉପରେ ପ୍ରତିକ୍ରିୟା ଦେଇଛନ୍ତି ।

ନିକଟରେ ଏକ ପଡ୍‌କାଷ୍ଟରେ ସୁନୀତାଙ୍କୁ ପଚରା ଯାଇଥିଲା ଯେ, ଯଦି ଆପଣ ଗୋବିନ୍ଦାଙ୍କୁ ପିଲାଦିନୁ ଭଲପାଉଛନ୍ତି, ତେବେ କାହିଁକି ଶୁଣିବାକୁ ମିଳୁଛି ଯେ ଆପଣଙ୍କର ବିଚ୍ଛେଦ ହୋଇଛି କିମ୍ବା ପରସ୍ପର ମଧ୍ୟରେ ଝଗଡ଼ା ହେଉଛି । ଏହାର ଉତ୍ତର ଦେଇ ସୁନୀତା କହିଲେ, ମୁଁ ବାରମ୍ବାର ଗଣମାଧ୍ୟମକୁ କହିଛି ଯେ ମୁଁ ବି ଏହା ଶୁଣିଛି । କିନ୍ତୁ ଯେପର୍ଯ୍ୟନ୍ତ ନିଜ ଆଖିରେ ନ ଦେଖିଛି କିମ୍ବା ଗୋବିନ୍ଦାଙ୍କୁ ପ୍ରମାଣ ସହ ନ ଧରିଛି, ସେ ପର୍ଯ୍ୟନ୍ତ କିଛି କହିପାରିବି ନାହିଁ ।’

ସୁନୀତା ଆହୁରି କହିଥିଲେ , ଯେଉଁ ଆଫେୟାର ବିଷୟରେ ମୁଁ ଶୁଣୁଛି, ଏ ସବୁ କରିବାର ଏହା ବୟସ ନୁହେଁ । ଗୋବିନ୍ଦାଙ୍କୁ ନିଜ ଝିଅ ଓ ପୁଅଙ୍କ ଭବିଷ୍ୟତ କଥା ଚିନ୍ତା କରିବା ଉଚିତ୍‌ । ମୁଁ ଏ ସବୁ କହୁଛି କାରଣ ମୁଁ ଗଣମାଧ୍ୟମକୁ ସ୍ପଷ୍ଟ କରିଛି ଯେ ଯାହା କହିବି ସତ କହିବି । ମୁଁ ମିଛ କହେ ନାହିଁ । ବିନା ଦ୍ୱିଧାରେ କହିବି ଏବଂ କିଛି ବି ଲୁଚାଇବି ନାହିଁ । କାରଣ ସେ ମୋର ସ୍ୱାମୀ । ଗଣମାଧ୍ୟମକୁ ମୁଁ ନିଜେ ଡାକି କହିବି ଯେ ମାମଲା ଏମିତି । ଗୋବିନ୍ଦାଙ୍କ ଫ୍ୟାନ୍‌ଙ୍କୁ ବି ପଚାରିବି, ଗୋବିନ୍ଦା ଯଦି ଏହା କରିଛନ୍ତି, ଆପଣଙ୍କୁ କ’ଣ ଠିକ୍‌ ଲାଗୁଛି? ୪୦ ବର୍ଷୀୟା ପତ୍ନୀ ହେବା ଉଚିତ୍‌ ନା କୌଣସି ଏକ୍ସ ୱାଇ ଜେଡ୍‌ ହେବା ଉଚିତ୍‌ । ମୁଁ ବି ଦେଖିବାକୁ ଚାହୁଁଛି ଫ୍ୟାନ୍‌ ମୋ ପକ୍ଷ ନେଉଛନ୍ତି ନା ଗୋବିନ୍ଦାଙ୍କର ।