'ଆମ କଥାରେ ଉଠବସ୍ ନହେଲେ ଆଉ ଥରେ ଏୟାରଷ୍ଟ୍ରାଇକ୍', ଭେନେଜୁଏଲାକୁ ଧମକ ଦେଲେ ଟ୍ରମ୍ପ୍

NEWS7
ed-attaches-land-worth-rs-1460-crore-in-aamby-valley-linked-to-sahara-group

ନୂଆଦିଲ୍ଲୀ, ୦୫/୦୧ : ଏତିକିରେ ମନ ଭରିଲାନି । ଆଉ ଥରେ ଆକ୍ରମଣ ପାଇଁ ଧମକ ଦେଲେ ଟ୍ରମ୍ପ୍ । ଭେନେଜୁଏଲା ଉପରେ ଏୟାର ଷ୍ଟ୍ରାଇକ୍ କରିବା ପାଇଁ ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚେତାବନୀ ଦେଇଛନ୍ତି । ଆମେରିକା ସହ ଭେନେଜୁଏଲାର ଅନ୍ତରୀଣ ସରକାର ସାଲିସ ନକଲେ ଆଉ ଥରେ ଆକ୍ରମଣ ହେବ ବୋଲି ଟ୍ରମ୍ପ୍ କହିଛନ୍ତି ।

ଜାନୁଆରୀ ୩ ତାରିଖରେ ଭେନେଜୁଏଲା ଆକାଶରେ ଗର୍ଜିଥିଲା ଆମେରିକାର ଯୁଦ୍ଧ ବିମାନ । ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରି ଆଣିଥିଲା ଆମେରିକା । ଖାଲି ଏତିକି ନୁହେଁ ଲଗାତାର ଏୟାର ଷ୍ଟ୍ରାଇକ୍ କରିଥିଲା । ଯେଉଁଥିରେ ୪୦ ଜଣ ପ୍ରାଣ ହରାଇଥିଲେ ।

ଏବେ ଟ୍ରମ୍ପ୍ କହିଛନ୍ତି ଯେ, ଭେନେଜୁଏଲାର ନୂଆ ଅନ୍ତରୀଣ ସରକାର ଗଠନ ହୋଇଛି । ଏହା ଆମେରିକାର କଥାରେ ଚାଲିବା ଦରକାର । ନହଲେ ଦ୍ୱିତୀୟ ଥର ପାଇଁ ଷ୍ଟ୍ରାଇକ୍ କରାଯିବ । ଆମେରିକା ଏଥିପାଇଁ ପୁରା ପ୍ରସ୍ତୁତ ଅଛି । ସେଠାରେ କିଏ ଶାସନ କରୁଛି ଆମର କିଛି ଜାଣିବା ଦରକାର ନାହିଁ । ସେମାନେ ୟୁଏସ କଥା ମାନିବା ଆବଶ୍ୟକ ।

ସେ ଆହୁରି କହିଛନ୍ତି ଯେ, ଏୟାରଷ୍ଟ୍ରାଇକରେ ଆମେରିକାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କିନ୍ତୁ ଏଥିରେ କେହି ପ୍ରାଣ ହରାଇ ନାହାଁନ୍ତି । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏବେ ଭେନେଜୁଏଲା ଏକ ମୃତ ଦେଶ ଅଟେ । ଆମେରିକାର ଏବେ ସେଠାକାର ବିଶାଳ ଶକ୍ତି ଉତ୍ସକୁ ବ୍ୟବହାର କରିପାରିବ । ଏପରିକି ସେଠାକାର ତୈଳ ଭଣ୍ଡାର ଉପରେ ଆମେରିକାର ସମ୍ପୂର୍ଣ୍ଣ ଅଧିକାର ଥିବା ସେ ପ୍ରକାଶ କରିଛନ୍ତି ।