ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ, ଓଡିଶାର ୪ ଲୋକସଭା ଆସନରେ ଆସନ୍ତା ୧୩ରେ ଭୋଟ୍

Published By : Prameya-News7 Bureau | April 18, 2024 IST

ଭୁବନେଶ୍ବର ୧୮।୪: ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଦେଶରେ ଚତୁର୍ଥ ଏବଂ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ସମେତ ୯ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ମୋଟ୍ ୯୬ଟି ଲୋକସଭା ଆସନରେ ମତଦାନ ହେବ । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ତେବେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମେ’ ୧୩ରେ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ କରାଯିବ। ୨୫ ଏପ୍ରିଲରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ସେହିପରି ୨୬ ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୨୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ରାଜ୍ୟର ୪ ସଂସଦୀୟ କ୍ଷେତ୍ର, ୨୮ ବିଧାନସଭା ଭୋଟ୍ ପଡ଼ିବ। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଭୋଟିଂ ହେବ।

ସୂଚନାଯୋଗ୍ୟ ଯେ, ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ନୂଆପଡ଼ା, ଖରିଆର, ଲାଞ୍ଜିଗଡ, ଜୁନାଗଡ, ଧର୍ମଗଡ, ଭବାନୀପାଟଣା, ନର୍ଲା, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ । ଏହାସହ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀରେ ମଧ୍ୟ ଭୋଟେ ଦେବେ ଭୋଟର ।

ସେପଟେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବିଜେପି ଏଯାଏ କୋରାପୁଟ ଲୋକସଭା ଅନ୍ତର୍ଗତ ଜୟପୁର ବିଧାନସଭା ଆସନ ପାଇଁ ଯୋଦ୍ଧା ସ୍ଥିର କରିନି । ସେହିଭଳି କଂଗ୍ରେସ ମଧ୍ୟ ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ଛତ୍ରପୁର ଓ ଗୋପାଳପୁର ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିନି ।

You Can Read :

ସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କ ନିଆରା ପ୍ରଚାର : ପାର୍କରେ ଖେଳୁଛନ୍ତି, ଆଉ ଲୋକଙ୍କ ସମସ୍ୟା ବୁଝୁଛନ୍ତି

 

 

  • odisha
  • OdishaNews
  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.