ନୂଆଦିଲ୍ଲୀ ୩୦।୦୭; ଋଷର ପୂର୍ବ କାମଚଟକା ଅଞ୍ଚଳରେ ସକାଳୁ ସକାଳୁ ବଡ଼ ଧରଣର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୭ ରହିଛି । ୟୁଏଏସ୍ ଜିୟୋଲୋଜିକାଲ ସର୍ଭେର ସୂଚନା ମୁତାବକ, ଭୂମିକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ଗର୍ଭରେ ସୃଷ୍ଟି ହୋଇଛି । ଫଳରେ ଜାପାନ ଓ ଆମେରିକାର ଏଜେନ୍ସି ସୁନାମୀର ଆଲର୍ଟ ଜାରି କରିଛନ୍ତି ।
ଋଷ ସହ ଜାପାନ ଓ ଆମେରିକାର କାଲିଫର୍ଣ୍ଣିଆରେ ମଧ୍ୟ ସୁନାମୀ ଆଲର୍ଟ ଜାରି କାରାଯାଇଛି । ସମୁଦ୍ରରେ ବଡ଼ ଲହଡ଼ି ଆସିବା ସହ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବ ବୋଲି ଆଲର୍ଟ କରାଯାଇଛି । ୟୁଏଏସ୍ ଜିୟୋଲୋଜିକାଲ ସର୍ଭେ ମୁତାବକ, ଭୂମିକମ୍ପର କେନ୍ଦ୍ରସ୍ଥଳୀ ସମୁଦ୍ରର ଗର୍ଭର ମାତ୍ର ୧୯ କିଲୋମିଟର ତଳେ ହୋଇଛି । ଏହି ଭୂକମ୍ପରେ ଋଷ ସହ ଜାପାନର ହୋକାଇଦୋ, କାଣ୍ଟୋସ୍ ଇଜୁ ଓ ଓଗାସାବନା ଦ୍ବୀପ ଗୁଡ଼ିକରେ ସୁନାମୀ ଆଲର୍ଟ ଜାରି କରାଯାଇଛି ।
ଏସବୁ ଅଞ୍ଚଳରେ ଲୋକଙ୍କୁ ଉଚ୍ଚ ଓ ସୁରକ୍ଷିତ ସ୍ଥାନକୁ ପଳାଇଯିବାକୁ କୁହାଯାଇଛି। ଋଷରେ ଏହି ଭୂକମ୍ପ ଫଳରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଥିବାବେଳେ ଅନ୍ୟ କ୍ଷୟକ୍ଷତି ନେଇ ବିଶେଷ କିଛି ସୂନା ଏଯାଏଁ ମିଳିନାହିଁ ।