ସମୁଦ୍ରରେ ସ୍ନାନ କରୁଥିବା ବେଳେ ବୁଡିଗଲେ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫ୍ ଗାର୍ଡ

NEWS7
earthquake-of-42-magnitude-hits-pakistan

ପୁରୀ ୨୧।୧୨: ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ସ୍ନାନ କରୁଥିବା ବେଳେ ବୁଡିଗଲେ ପର୍ଯ୍ୟଟକ । ସମୁଦ୍ର କୂଳ ସେକ୍ଟର ୪ ପୁରୀ ହୋଟେଲ ସମ୍ମୁଖରେ ଘଟିଛି ଏଭଳି ଘଟଣା । ତେବେ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫ ଗାର୍ଡ । ଉଦ୍ଧାର ପର୍ଯ୍ୟଟକ ଜଣକ ହେଉଛନ୍ତି ଝାଡ଼ଖଣ୍ଡ ଅଞ୍ଚଳର ଅଂଶୁରାଜ ପ୍ରସାଦ । ଲାଇଫ ଗାର୍ଡ ମାନେ ଅଂଶୁରାଜଙ୍କୁ ଉଦ୍ଧାର କରି ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ଥିଲେ । ତେବେ ଆଜି ଅପରାହ୍ନରେ ଅଂଶୁରାଜ ସମୁଦ୍ରରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟରେ ପଡ଼ି ସମୁଦ୍ର ଭିତରକୁ ଚାଲି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଅନ୍ୟ ପର୍ଯ୍ୟଟକ ମାନେ ଚିତ୍କାର କରିବାରୁ ଲାଇଫ ଗାର୍ଡ ମାନେ ସମୁଦ୍ର ଭିତରକୁ ଯାଇ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ।