ବଜେଟ୍ ୨୦୨୬: ଚାଷୀଙ୍କୁ ବଡ଼ ଉପହାର ଦେବେ ସରକାର ! ଖାତାକୁ ଆସିବ ୫ ଲକ୍ଷ ଟଙ୍କା

NEWS7
e-kyc-verification-end-in-4-days

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ବଡ଼ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର। କିସାନ କ୍ରେଡିଟ୍ କାର୍ଡ (KCC) ଧାରକଙ୍କ ପାଇଁ ସର୍ଟ-ଟର୍ମ ଋଣ ସୀମାକୁ ୩ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ ଟଙ୍କା କରିବାକୁ ଯୋଜନା କରୁଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀରେ ଉପସ୍ଥାପନ କରିବେ। ଏହାର ଲାଭ ଦେଶର ପ୍ରାୟ ୭.୭୫ କୋଟି କୃଷକ ପାଇବେ। ଏହି ବ୍ୟବସ୍ଥା ଆଗାମୀ ଆର୍ଥିକ ବର୍ଷରୁ ଲାଗୁ ହେବାର ସମ୍ଭାବନା ରହିଛି।

Financial Express ରିପୋର୍ଟ ଅନୁଯାୟୀ, କୃଷି କ୍ଷେତ୍ରରେ ପର୍ଯ୍ୟାପ୍ତ ଋଣ ପ୍ରବାହ ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାର ଇଣ୍ଟରେଷ୍ଟ ସବଭେନ୍ସନ୍ ସ୍କିମ୍ (Interest Subvention Scheme)କୁ ଅନୁମୋଦନ କରିଛି। ଏହି ଯୋଜନା ଅନୁଯାୟୀ, ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଉଥିବା କୃଷକଙ୍କୁ ୧.୫ ପ୍ରତିଶତ ସୁଧ ରିହାତି ମିଳିବ।

ସୂତ୍ର ଅନୁସାରେ, ବର୍ତ୍ତମାନ ପ୍ରତ୍ୟେକ KCC ଧାରକଙ୍କ ପାଇଁ ସାଧାରଣ ସର୍ଟ-ଟର୍ମ କ୍ରେଡିଟ ପ୍ରବାହ ପ୍ରାୟ ୧.୬ ଲକ୍ଷ ଟଙ୍କା। ବର୍ତ୍ତମାନ ଦେଶରେ ୭.୭୧ କୋଟି ସକ୍ରିୟ KCC ରହିଛି । ଯେଉଁଥିରେ ମତ୍ସ୍ୟଚାଷ ଓ ପଶୁପାଳନ ସହିତ ଜଡିତ କୃଷକମାନେ ମଧ୍ୟ ସାମିଲ। ଗତ ବର୍ଷ ଜାନୁଆରୀ ମାସରେ RBI, KCC ଅଧୀନରେ ବିନା ଗ୍ୟାରାଣ୍ଟି ଋଣ ସୀମାକୁ ୧.୬ ଲକ୍ଷରୁ ୨ ଲକ୍ଷ ଟଙ୍କା କୁ ବଢ଼ାଇଥିଲା।

କୃଷି ମନ୍ତ୍ରଣାଳୟର ସଂଶୋଧିତ ଇଣ୍ଟରେଷ୍ଟ ସବଭେନ୍ସନ୍ ସ୍କିମ୍ (MISS) ଅନୁଯାୟୀ, KCC ଧାରକମାନେ ଆବଶ୍ୟକତା ପାଇଁ ୭ ପ୍ରତିଶତ ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ସମୟରେ ଋଣ ଶୋଧ କରିଲେ ଅତିରିକ୍ତ ୩ ପ୍ରତିଶତ ରିହାତି ମିଳିବ । ଯାହାଦ୍ଵାରା ପ୍ରଭାବୀ ସୁଧ ହାର ୪ ପ୍ରତିଶତ କୁ କମିଯିବ।

KCC ପାଇଁ କିପରି ଆବେଦନ କରିବେ:

  • ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ କିମ୍ବା ନିକଟସ୍ଥ ଶାଖାକୁ ଯାଇ ଆବେଦନ କରିପାରିବେ
  • KCC ଆବେଦନ ଫର୍ମ ନେଇ ପୂରଣ କରନ୍ତୁ
  • ଆଧାର କାର୍ଡ, ଭୋଟର ID, PAN କାର୍ଡ ପରି ଆବଶ୍ୟକ ଦସ୍ତାବିଜ ଯୋଡନ୍ତୁ
  • ବ୍ୟାଙ୍କ ଭେରିଫିକେସନ୍ ପରେ କାର୍ଡ ଇସ୍ୟୁ କରାଯିବ
  • ସାଧାରଣତଃ ୧୫-୨୦ ଦିନ ମଧ୍ୟରେ KCC ମିଳିଯାଏ