LIVE TV

ଦଶହରାରେ ଘରକୁ ଆଣନ୍ତୁ ଏହି ଜିନିଷ, ହେବ ଧନ ବର୍ଷା !

NEWS7
dussehra

ନୂଆଦିଲ୍ଲୀ ୦୨।୧୦: ହିନ୍ଦୁ ଧର୍ମରେ ଦଶହରାକୁ ବହୁତ ଶୁଭ ମନାଯାଏ । ଏହି ପର୍ବ ଅସତ୍ୟ ଉପରେ ସତ୍ଯର ବିଜୟର ପ୍ରତୀକ। ଶାରଦୀୟ ନବରାତ୍ରି ଶେଷ ପରେ ଦଶମ ଦିନରେ ପାଳନ କରାଯାଏ ଦଶହରା  । ଯାହା ଦେବୀ ଦୁର୍ଗାଙ୍କ ପ୍ରସ୍ଥାନ ଏବଂ ରାବଣ ଉପରେ ଭଗବାନ ରାମଙ୍କ ବିଜୟକୁ ମନେ ପକାଇଥାଏ ।

 ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଦିନ କିଛି ବିଶେଷ ଜିନିଷ ଘରକୁ ଆଣିବାକୁ ବହୁତ ଶୁଭ ହୋଇଥାଏ । ବିଶ୍ୱାସ କରାଯାଏ ଯେ ଯଦି ଏହି ଜିନିଷଗୁଡ଼ିକୁ ଘରକୁ ଆଣି ଦଶହରାରେ ପୂଜା କରାଯାଏ, ତେବେ ଏହା ସୁଖ, ସମୃଦ୍ଧି, ଧନ ଏବଂ ଦୁଷ୍ଟ ଶକ୍ତିରୁ ସୁରକ୍ଷା ଆଣିଥାଏ।

ଅଁଳା ଗଛରେ ଦେବତାମାନଙ୍କର ବାସ ବୋଲି କୁହାଯାଏ । ଏମିତିକି ଭଗବାନ ରାମଙ୍କ ପ୍ରିୟ ଗଛ ଅଁଳା ଗଛ । ତେଣୁ ଦଶହରାରେ ଘରକୁ ଅଁଳା ଗଛ ଆଣନ୍ତୁ । ନଚେତ୍ ଅଁଳାପତ୍ର ଆଣି ଘରର ଦେବାଦେବୀଙ୍କୁ ଅର୍ପଣ କରନ୍ତୁ । ଦଶହରାରରେ ଅଁଳା ଗଛ ତଳେ ଦୀପ ଜଳାଇବା ଶୁଭ ହୋଇଥାଏ ।

ଝାଡୁକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ବିବେଚନା କରାଯାଏ। ଦଶହରାରେ ଝାଡୁ କିଣିବା ଏକ ନୂଆ ଏବଂ ଶୁଭ ଆରମ୍ଭର ପ୍ରତୀକ ହୋଇଥାଏ । ଏପରି କରିବା ଦ୍ବାରା ଘରୁ ଦାରିଦ୍ର୍ୟ ଏବଂ ନକାରାତ୍ମକତା ଦୂରେଇ ଯାଇଥାଏ ଏବଂ ଧନ-ସମୃଦ୍ଧିର ପଥ ଖୋଲିଥାଏ। ଦଶହରାରେ ନୂଆ ଝାଡୁ କିଣି ପୂଜା କରନ୍ତୁ । ଏହାପରେ ବ୍ୟବହାର କରନ୍ତୁ । 

ଓସ୍ତ ଗଛକୁ ପବିତ୍ର ବୋଲି ବିବେଚନା କରାଯାଏ । ଏହା ବାସ୍ତୁ ଦୋଷ ଦୂର କରିବାରେ ସାହାଯ୍ୟ କରେ। ଏହାକୁ ଘରକୁ ଆଣିବା ଦ୍ୱାରା ବାସ୍ତୁ ଦୋଷ ଦୂର ହୁଏ ଏବଂ ସକାରାତ୍ମକ ଶକ୍ତି ମିଳିଥାଏ । ଦଶହରାରେ ଘରକୁ ଓସ୍ତ ପତ୍ର ଆଣନ୍ତୁ । ଏଥିରେ ଲାଲ ଚନ୍ଦନ ଏବଂ ଅଖଣ୍ଡ ଚାଉଳ ରଖି ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ବାନ୍ଧନ୍ତୁ ।

ପୂଜାରେ ଗୁଆ ଏବଂ ନଡ଼ିଆର ବିଶେଷ ଗୁରୁତ୍ୱ ଅଛି । ଏହା ଶୁଭତାର ପ୍ରତୀକ । ଦଶହରାରେ ଘରକୁ ଗୁଆ ଓ ନଡ଼ିଆ ଆଣନ୍ତୁ ଏବଂ ପୂଜାରେ ସାମିଲ କରନ୍ତୁ ।

ଦଶହରାରେ ଘରକୁ ରାଶି ତେଲ ଏବଂ ଲାଲ ଚନ୍ଦନ ଆଣନ୍ତୁ। ପୂଜା ପରେ ଏହାକୁ ଏକ ଲାଲ କପଡାରେ ଗୁଡ଼ାଇ ଟଙ୍କା ରଖୁଥିବା ସ୍ଥାନରେ ରଖନ୍ତୁ । ଏପରି କରିବା ଦ୍ବାରା ଘରେ ଧନ ସମ୍ପତ୍ତିର ବୃଦ୍ଧି ହୋଇଥାଏ । 

ଏହାବ୍ୟତୀତ ରାବଣ ପୋଡି ପରେ ଅଳ୍ପ ପରିମାଣର କାଠ କିମ୍ବା ପାଉଁଶ ଘରକୁ ଆଣିବା ଶୁଭ ହୋଇଥାଏ । ଏହା ନକାରାତ୍ମକତାକୁ ଦୂର କରେ ଏବଂ ଧନ ପାଇଁ ନୂତନ ରାସ୍ତା ଖୋଲିଥାଏ ବୋଲି ବିଶ୍ୱାସ କରାଯାଏ।