'ଭାରତର ଅର୍ଥନୀତି ସଫଳ' : IMF ଏବଂ ବିଶ୍ୱବ୍ୟାଙ୍କ୍ ପରେ ପ୍ରଶଂସା କଲେ ଜାତିସଙ୍ଘ ମହାସଚିବ

NEWS7
during-the-combing-bsf-found-2-mao-dump-in-malkangiri--

ନୂଆଦିଲ୍ଲୀ, ୧୫/୦୨ : ଆଗକୁ ବଢୁଛି ଭାରତର ଅର୍ଥନୀତି । ଯାହାକୁ ପ୍ରଶଂସା କରୁଛନ୍ତି ବିଶ୍ୱ ବ୍ୟାଙ୍କ୍ ଏବଂ ଆଇଏମଏଫ୍ । ଏହାସହ ଦେଶ ବିଦେଶର ଅନେକ ସଂସ୍ଥା ଭାରତର ଅଭିବୃଦ୍ଧିକୁ ସାବାସୀ ଦେଉଛନ୍ତି । ଅନେକ ଅନୁମାନକୁ ପଛରେ ପକାଇ ଦେଶ ଦ୍ରୁତ ଗତିରେ ସଫଳତାର ଗୋଟିଏ ପରେ ଗୋଟିଏ ଶିଖର ଛୁଇଁବାରେ ଲାଗିଛି । ଏହାରି ଭିତରେ ୟୁଏନ ବା ଜାତିସଂଘର ମହାସଚିବ ଆଣ୍ଟୋନିୟୋ ଗୁଟେରସ ଭାରତୀୟ ଅର୍ଥନୀତିକୁ ନେଇ ବଡ ମନ୍ତବ୍ୟ ଦେଇଛନ୍ତି । ଏଆଇ ଇମ୍ପାକ୍ଟ୍ ସମ୍ମିଳନୀ ପୂର୍ବରୁ ଭାରତକୁ ପ୍ରଶଂସା କରିଛନ୍ତି ।

ସୂଚନାନୁସାରେ, ଆସନ୍ତା ଫେବ୍ରୁଆରୀ ୧୬ରୁ ୨୦ ଯାଏଁ ଭାରତରେ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ଅନେକ ଦେଶର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ସାମିଲ ହେବେ । ଏହାସହ ବଡବଡ କମ୍ପାନୀର ସିଇଓ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଏହାପୂର୍ବରୁ ଜାତିସଙ୍ଘର ମହାସଚିବ କହିଛନ୍ତି ଯେ, ଭାରତ ହେଉଛି ଏକ ଶକ୍ତିଶାଳୀ ଅର୍ଥନୀତି । ଏହାର ଅର୍ଥବ୍ୟବସ୍ଥା ସଫଳ ହୋଇଛି । ବୈଶ୍ୱିକ ମାମଲା ସହ ଅର୍ଥନୀତି କ୍ଷେତ୍ରରେ ଭାରତର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଏଆଇ ଇମ୍ପାକ୍ଟ ସମ୍ମିଳନୀ ଆୟୋଜନ କରିବା ପାଇଁ ଭାରତ ସବୁଠୁ ସଠିକ୍ ସ୍ଥାନ ଅଟେ ।

ସେ ଆହୁରି କହିଛନ୍ତି ଯେ, ବିଶ୍ୱରେ ଭାରତର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ନେତୃତ୍ୱଙ୍କ ସହ ଆଲୋଚନା ପାଇଁ ସେ ନିଜେ ଖୁବ୍ ଉତ୍ସାହିତ ଅଛନ୍ତି । ଏବେକାର ସମୟରେ ବିଶ୍ୱରେ ଦୁଇଟି ବସ୍ତୁ ଉପରେ ଫୋକସ କରାଯିବା ଦରକାର । ଗୋଟିଏ ହେଉଛି ଦୁନିଆର ସବୁ ଶକ୍ତି ଏକାଠି ହେବା ଆବଶ୍ୟକ ଏବଂ ଅନ୍ୟଟି ହେଲା ମହାଶକ୍ତିଙ୍କ ମଧ୍ୟରେ ଭିନ୍ନତା ରହିବା ଉଚିତ । ଏହା ଭିତରୁ ଆମକୁ ଗୋଟିଏ ବାଛିବାକୁ ହେବ । ପରସ୍ପର ସହ କିପରି ସହଯୋଗରେ ଆଗକୁ ବଢାଯାଇପାରିବ ସମସ୍ତେ ସେ ନେଇ ବ୍ୟବସ୍ଥା କରିବା ଦରକାର । ଯାହା ଭାରତ-ୟୁରୋପୀୟ ୟୁନିଅନ ମୁକ୍ତ ବାଣିଜ୍ୟ ଚୁକ୍ତିରେ ଦେଖିବାକୁ ମିଳିଥିବା ସେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଦେଶବିଦେଶରୁ ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଅନେକ ଭଲ ଖବର ଆସୁଛି । ଗତ ମାସରେ ବିଶ୍ୱବ୍ୟାଙ୍କ ଭାରତର ଜିଡିପି ଅଭିବୃଦ୍ଧି ହାରକୁ ବଢାଇ ୭.୨ ପ୍ରତିଶତ କରିଥିଲା । ଏହାବ୍ୟତୀତ ଡେଲୋଏଟ୍ ୨୦୨୬ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୈତିକ ବୃଦ୍ଧି ୭.୫ ପ୍ରତିଶତରୁ ୭.୮ ପ୍ରତିଶତ ରହିବ ବୋଲି ଅନୁମାନ କରିଥିଲା ।