‘ଅପରେସନ ସିନ୍ଦୂର ’ ବେଳେ ତିନି ସେନାର ମୁଖ୍ୟ ରଖିଥିଲେ କଡ଼ା ନଜର ,ସାମ୍ନାକୁ ଆସିଲା କଣ୍ଟ୍ରୋଲ ରୁମ୍‌ର ପ୍ରଥମ ଫଟୋ

Published By : Prameya-News7 Bureau | May 26, 2025 IST

ନୂଆଦିଲ୍ଲୀ : ଭାରତ ପହଲଗାମ ଆତଙ୍କୀ ହମଲା ବିରୋଧରେ ‘ଅପରେସନ ସିନ୍ଦୂର’ ଚଲାଇ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ଏହି ଯୁଦ୍ଧରେ ଭାରତ ପୂରା ଦୁନିଆରେ ନିଜ ସେନାର ସାହସିକତାକୁ ଦେଖାଇଛି। ‘ଅପରେସନ ସିନ୍ଦୂର’ ବେଳେ ଭାରତ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାକୁ ଧ୍ୱଂସବିଧ୍ୱଂସ କରି ଦେଇଥିଲା ଏବଂ ଏହାପରେ ଯେମିତି ପାକିସ୍ତାନ ଜବାବୀ ହମଲା କଲା ତ ଭାରତ ପାଲଟା ଆକ୍ରମଣ କରି ପାକିସ୍ତାନର ୧୧ଟି ଏୟାରବେସ୍‌ ଓ ସେନା ଆଡ୍ଡାକୁ ଗୋଟିଏ ଝଟକାରେ ଧ୍ୱଂସ କରିଥିଲା, ଏହାପରେ ପାକିସ୍ତାନୀ ସେନା ଭାରତୀୟ ସେନା ପାଖରେ ଅସ୍ତ୍ରବିରତି ପାଇଁ ନେହୁରା ହୋଇଥିଲା। ଏବେ ଏକ ଫଟୋ ସାମ୍ନାକୁ ଆସୁଛି, ଯେଉଁଥିରେ  ‘ଅପରେସନ ସିନ୍ଦୂର’ ବେଳେ ତିନି ସେନାର ଚିଫ୍‌ କଣ୍ଟ୍ରୋଲ ରୁମ୍‌ରେ ଅପରେସନର ପ୍ରତି ଦିଗ ଉପରେ ନଜର ଜାରି ରହିଛି। 

ପାଖାପାଖି ୧୭ ଦିନ ପରେ ଏହି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଭାରତର ତିନି ସେନାର ପ୍ରମୁଖ ଅପରେସନ ସିନ୍ଦୂର ବେଳେ କଣ୍ଟ୍ରୋଲ ରୁମ୍‌ରେ ବସି ଦେଖୁଥିଲେ। ସେନାରୁ ମିଳିଥିବା ସୂଚନା ଅନୁସାରେ , ଅପରେସନ ଉପରେ କଡ଼ା ନଜର ରଖାଯାଇ ଥିଲା ଏବଂ ଏହି ଫଟୋ ୭ ମେ’ ରାତି ୧.୦୫ଟା ସମୟରେ କ୍ଲିକ୍‌ କରାଯାଇ ଥିଲା। ଯେଉଁଥିରେ ଭାରତୀୟ ସେନା , ଭାରତୀୟ ବାୟୁସେନା , ଭାରତୀୟ ନୌସେନା ପ୍ରମୁଖ , ଅପରେସନ ହେଡ୍‌ଙ୍କ ସହ କଣ୍ଟ୍ରୋଲ ରୁମ୍‌ରେ ଉପସ୍ଥିତ ଥିଲେ। ଏହା ବ୍ୟତୀତ ପଶ୍ଚିମ କମାଣ୍ଡ ,ଦକ୍ଷିଣ ପଶ୍ଚିମ କମାଣ୍ଡ-ଦକ୍ଷିଣ କମାଣ୍ଡର ୪ ସେନା କମାଣ୍ଡରଙ୍କ ସହ ଯେଉଁ ବାୟୁ ସେନାର ଅଧିକାରୀଙ୍କ ସହ ପ୍ରତି ହମଲାର ସମନ୍ୱୟ କରୁଥିଲେ।

‘ଅପରେସନ ସିନ୍ଦୂର’ର ହମଲାରେ ପାକିସ୍ତାନ ସଂପୂର୍ଣ୍ଣ ପରାସ୍ତ ହୋଇଥିଲା ଏବଂ ଭାରତ ସହ ଆଲୋଚନା କରିବାକୁ ବ୍ୟାକୁଳ ହୋଇ ଉଠିଥିଲା। କହି ରଖୁଛୁ କି , ୨୨ ଅପ୍ରେଲରେ ପହଲଗାମରେ ୨୬ ଜଣ ପର୍ଯ୍ୟଟକଙ୍କୁ କିଛି ପାକିସ୍ତାନୀ ଆତଙ୍କୀମାନେ ଧର୍ମ ପଚାରି ମାରି ଦେଇ ଥିଲେ। ଏହାପରେ ପୂରା ଦେଶ ଉତ୍ତେଜିତ ହୋଇ ପାକିସ୍ତାନକୁ ଉଚିତ୍‌ ଶିକ୍ଷା ଦେବାକୁ ସରକାରଙ୍କୁ ଦାବି କରିଥିଲା। 

ଦେଶର ଜନସାଧାରଣଙ୍କ ଆକ୍ରୋଶକୁ ଦୃଷ୍ଟିରେ ରଖି ଭାରତ ସରକାର ତିନି ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ ଏବଂ ୭ ମେ’ ରାତିରେ ପାକିସ୍ତାନ ଭିତରେ ନପଶି ବର୍ଡରରେ ହିଁ ମିସାଇଲ ହମଲା କରି ଆତଙ୍କୀଙ୍କ ୯ଟି ଆଡ୍ଡାକୁ ଗୋଟିଏ ଝଟକାରେ ଧ୍ୱଂସ କରି ଦେଇ ଥିଲା। ଏହି ସମୟରେ ୧୦୦ରୁ ଅଧିକ ଆତଙ୍କୀଙ୍କ ମରିବାର ଖବର ସାମ୍ନାକୁ ଆସିବା ପରେ ପାକିସ୍ତାନ ପାଲଟା ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ଏବଂ ଅନେକ ଡ୍ରୋନ୍‌ ଓ ମିସାଇଲ ମାଡ଼ କରିଥିଲା, ଯାହାକୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଆକାଶରେ ହିଁ ମାରି ଖସାଇ ଦେଇ ଥିଲା। ଏହାପରେ ଭାରତ ମିସାଇଲ ହମଲା କରି ପାକିସ୍ତାନର ୧୧ଏୟାରବେସ୍‌କୁ ଧ୍ୱଂସ କରି ଦେଇଥିଲା ଏବଂ ପାକିସ୍ତାନ ଭାରତୀୟ ସେନା ଆଗରେ ଆଣ୍ଠେଇ ପଡ଼ିଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.