ବାରିପଦା ୩୦।୫: ପାରିବାରିକ କଳହରୁ ପତ୍ନୀଙ୍କୁ ଛୁରାମାଡ କଲା ସ୍ବାମୀ । ଗୁରୁତର ଅବସ୍ଥାରେ ପିଆରଏମ ହସ୍ପିଟାଲରେ ଭର୍ତ୍ତି । ଆହତ ପତ୍ନୀ କବିତା ଦିଗାର । ଅଭିଯୁକ୍ତ ସ୍ବାମୀ ରବୀନ୍ଦ୍ର ଦିଗାର ଥାନାରେ ଅଟକ ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ବାରିପଦା MKC ହାଇସ୍କୁଲ ନିକଟରେ ଘଟିଛି ଘଟଣା । ପୂର୍ବରୁ ପାରିବାରିକ କଳହ ଯୋଗୁ କବିତା ବାଙ୍କିଶୋଳ ନିଜ ବାପାଙ୍କ ଘରେ ରହୁଥିଲେ । କୌଣସି କାମରେ ବାରିପଦା ଆସିଥିବା ବେଳେ ସ୍ବାମୀଙ୍କ ସହିତ ରାସ୍ତାରେ ମୁହାଁମୁହିଁ ହୋଇଥିଲେ । ସାମାନ୍ୟ ବଚସାରୁ ସ୍ବାମୀ ରବୀନ୍ଦ୍ର ମାଝି ରାସ୍ତାରେ ତାଙ୍କୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ । ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ କବିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଖବର ପାଇ କବିତାଙ୍କ ଭାଇ ଡାକ୍ତରଖାନାରେ ପହଞ୍ଚିଥିଲେ । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା କଳହ ହିଁ ଆକ୍ରମଣର କାରଣ ହୋଇଥିଲେ ବି ଆଜି କେଉଁ କାରଣରୁ ଏଭଳି ହୋଇଛି ସେ ଜାଣି ପାରିନାହାନ୍ତି ବୋଲି କବିତାଙ୍କ ଭାଇ କହିଛନ୍ତି ।
You Can Read:
ବାପା-ପୁଅଙ୍କୁ ଏସିଡ୍ ମାଡ଼ ଘଟଣା : ଅଭିଯୁକ୍ତକୁ ୧୨ ବର୍ଷ କାରାଦଣ୍ଡ, ୫୦ହଜାର ଟଙ୍କା ଜରିମାନା