ପାକିସ୍ତାନ ଆର୍ମି କ୍ୟାମ୍ପରେ ମିଜାଇଲ୍‌ ଆଟାକ, ଡ୍ରୋନ୍‌ ଜରିଆରେ ଆକ୍ରମଣ

Published By : Prameya-News7 Bureau | May 09, 2025 IST

ନୂଆଦିଲ୍ଲୀ ୦୯।୦୫ : ପାକିସ୍ତାନ ଆର୍ମି କ୍ୟାମ୍ପ ଉପରେ ପୁଣି ଆଟାକ୍‌ । ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଥିବା ଔକାରା ଆର୍ମି କ୍ୟାମ୍ପ ଉପରେ ଡ୍ରୋନ୍‌ ଜରିଆରେ ଜୋରଦାର ଆଟାକ ହୋଇଛି । ଯେଉଁଥିରେ ବଡ଼ଧରଣର କ୍ଷତି ହୋଇଥିବା ସୂଚନା ମିଳିଛି । ହେଲେ ଏବେ ଯାଏଁ ଆକ୍ରମଣ ନେଇ କୌଣସି ଦେଶ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ । 

ପାକିସ୍ତାନରେ ବର୍ତ୍ତମାନ ସମୟରେ ଆତଙ୍କର ମାହୋଲ ସୃଷ୍ଟି ହୋଇଛି । ଗୋଟିଏ ପରେ ବଲୁଚୀସ୍ତାନ ଆର୍ମି ବିଦ୍ରୋହୀ ଆକ୍ରମଣ କରୁଥିବା ବେଳେ ଅନ୍ୟପଟେ ଭାରତୀୟ ସେନା ପକ୍ଷରୁ ଘନ ଘନ ଆଟାକ ଚାଲିଛି । କେତେବେଳେ ଆତଙ୍କୀ ଆଡ୍ଡାକୁ ଠିକଣା ନିଶାନା ବନାଉଥିବା ବେଳେ ଏବେ ଟାର୍ଗେଟରେ ଆର୍ମି କ୍ୟାମ୍ପ । 

ସୂଚନାଯୋଗ୍ୟ ଯେ, ପହଲଗାମ୍‌ ଆକ୍ରମଣର ପ୍ରତିଶୋଧ ନେଇଥିଲା ଭାରତୀୟ ସେନା । ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଥିଲା ଭାରତ । ଯେଉଁଥିରେ ଶତାଧିକ ଆତଙ୍କୀ ନିପାତ ହୋଇଥିଲେ । ଯାହାର ଜବାବରେ ପାକିସ୍ତାନ ମଧ୍ୟ ଆକ୍ରମଣ ପାଇଁ ଉଦ୍ୟମ କରିଥିଲା । ଯାହାକୁ ପଣ୍ଡ କରିଛି ଭାରତୀୟ ସେନା । ଗୁରୁବାର ସକାଳ ସମୟରେ ଭାରତୀୟ ସୀମାରେ ପାକିସ୍ତାନୀ ଡ୍ରୋନ୍‌ ପ୍ରବେଶ ଉଦ୍ୟମ କରୁଥିବା ବେଳେ ଡିଫେନ୍ସ ସିଷ୍ଟମ ଏହାକୁ ନଷ୍ଟ କରିଥିଲା । ତାପରେ ବି ସୁଧୁରିନଥିଲା ପାକିସ୍ତାନ । ବିଳମ୍ବିତ ରାତିରେ ଭାରତୀୟ ସୀମାରେ ପ୍ରବେଶ ପାଇଁ ଉଦ୍ୟମ କରିଥିଲା ପାକିସ୍ତାନ ଫାଇଟର ଜେଟ୍‌ । ତାହା ବି ଫେଲ୍‌ ମାରିଥିଲା । ପାକିସ୍ତାନର ତିନୋଟି ଫାଇଟର ଜେଟ୍‌କୁ ମାରି ଖସାଇଥିଲା ଭାରତୀୟ ସେନା । 


  • Operation Sindoor
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.