ଗର୍ଭବତୀଙ୍କୁ ନେଇ ଯାଉଥିଲା ଆମ୍ବୁଲାନ୍ସ, ଅଧାବାଟରେ ମାତାଲ ହୋଇ ଶୋଇପଡିଲେ ଡ୍ରାଇଭର

Published By : Prameya-News7 Bureau | August 08, 2025 IST

ମୋହନା ୦୮/୦୮: ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ନିଶାରେ ଶୋଇପଡ଼ିଲେ ଡ୍ରାଇଭର । ଅଧାବାଟରେ ଅଟକିଲେ ରୋଗୀ । ଗାଡିରେ ଛଟପଟ ହେଲେ ରୋଗୀ । ଗର୍ଭବତୀଙ୍କୁ ମେଡିକାଲ ନେଇ ଯାଉଥିବା ବେଳେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ୧୦୮ ଆମ୍ବୁଲାନ୍ସ ଭିତରେ ରୋଗୀ ଥିବା ବେଳେ ଡ୍ରାଇଭର ଜଣଙ୍କ ନିଶାରେ ଶୋଇପଡ଼ିଛନ୍ତି । ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ୍ କାନିକିପଦର୍‌ରେ ନଜର ଆସିଛି ଏପରି ଘଟଣା । 

ସୂଚନା ଥାଉକି, ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ୍ କାନିକିପଦର୍ ଗାଁର ବିଜୟ ରଇତଙ୍କ ପତ୍ନୀ ନନ୍ଦିନୀ ରଇତଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା । ବିଳମ୍ବିତ ରାତିରେ ପରିବାର ଲୋକେ ତାଙ୍କୁ ଚନ୍ଦ୍ରଗିରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ଗର୍ଭସ୍ତ ଶିଶୁର ଅବସ୍ଥା ଭଲ ନଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲକୁ ସ୍ତାନାନ୍ତର କରିଥିଲେ । 

୧୦୮ ଆମ୍ବୁଲାନ୍ସରେ ବ୍ରହ୍ମପୁର ଯିବା ବେଳେ ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରିଥିବା ଯୋଗୁଁ ବେପରୁଆ ଗାଡ଼ି ଚାଳନା ସହ  ଅଧା ରାସ୍ତାରେ ଆମ୍ବୁଲାନ୍ସ ରଖି ଦେଇ ଡ୍ରାଇଭର ଜଣଙ୍କ ଗାଡ଼ିରେ ଶୋଇପଡିଥିଲେ l ଏପରିକି ପରିବାର ଲୋକେ ତାଙ୍କୁ ଉଠାଇବା ପରେ ମଧ୍ୟ ସେ ଉଠିନଥିଲେ l ଫଳରେ ପରିବାର ଲୋକେ ବାଧ୍ୟ ହୋଇ ବିଳମ୍ୱିତ ରାତିରେ ଅନ୍ୟ ଏକ ଗାଡ଼ି ଭଡ଼ା କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.