Live Live
LIVE

ବିଧାନସଭା ବଜେଟ୍ ଅଧିବେଶନ, ୩ୟ ଦିନରେ ରହିଛି ଏକାଧିକ ବିଭାଗର ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ

NEWS7
drawing-competition-at-mahatma-gandhi-park-in-cuttack-regarding-kite-festival

ଭୁବନେଶ୍ୱର ୧୧।୦୩ : ବିଧାନସଭା ବଜେଟ୍‌ ଅଧିବେଶନ । ବୁଧବାର ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟର ତୃତୀୟ ଦିନ। ଆଜି କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ସମବାୟ , ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ଭଳି ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି।

ଏ ଖବର ବି ପଢନ୍ତୁ:-ଶେରଗଡ଼ ବ୍ଲକ ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି

ସେହିଭଳି ମହିଳା ଓ ଶିଶୁ ବିକାଶ,  ମିଶନ ଶକ୍ତି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବ। ଏହାସହ ଶୁନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉଠାଇବେ ଶାସକ ଓ ବିରୋଧୀ ଦଳ। ତେବେ ୨ୟ ପର୍ଯ୍ୟାୟ ଅଧିବେଶନରେ ବେଶ୍‌ ସୁରୁଖୁରୁରେ ଚାଲିଛି ଗୃହ । ପ୍ରଶ୍ନକାଳରେ ସଦସ୍ୟଙ୍କ ପ୍ରଶ୍ନ ଉତ୍ତର ବିଭାଗୀୟ ମନ୍ତ୍ରୀ ରଖୁଛନ୍ତି । ତେଣୁ ଗତ ୨ ଦିନ ପରି ଆଜି ମଧ୍ୟ ବିଧାନସଭା ବିନା ହଟ୍ଟଗୋଳରେ ଚାଲିବ ବୋଲି ଆଶା କରାଯାଉଛି ।

ଏ ଖବର ବି ପଢନ୍ତୁ:-IPL 2026: ଦୁଇଟି ପର୍ଯ୍ୟାୟରେ ଖେଳାଯିବ, ଏହି ତାରିଖରେ ହେବ କାର୍ଯ୍ୟସୂଚୀ ଘୋଷଣା