LIVE TV

ସ୍କୁଲ ବିଲ୍ଡିଂ କାମ ଦେଖିବାକୁ ଯାଇଥିଲେ ବିଡିଓ, କ୍ଲାସ୍‌ରେ ପଶି ନବମ ପିଲାଙ୍କୁ ପଢ଼ାଇଲେ ଇତିହାସ

NEWS7
double-murder-in-baripada-husband-wife-murdered

ସାଲେପୁର ୨୫।୧୧: ପାଠ ପଢ଼ାଇଲେ ବିଡିଓ । କଟକ ଜିଲ୍ଲା ସାଲେପୁର ବିଡିଓ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଛନ୍ତି । ବିଡିଓଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ସାଲେପୁର ବିଡିଓ ଲୋପାମୁଦ୍ରା ନାୟକ ସ୍କୁଲର ବିଲ୍ଡିଂ କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ । ହେଲେ ଅଚାନକ ଶ୍ରେଣୀ ଭିତରକୁ ପ୍ରବେଶ କରିଥିଲେ ବିଡିଓ ମ୍ୟାଡମ୍ । ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ । ଏମିତି କି ପାଠ ପଢ଼ାଇବା ସହ ପ୍ରଶ୍ନ ମଧ୍ୟ ପଚାରିଥିଲେ । ସାଲେପୁର ବ୍ଲକ୍  ଭାତପଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବିଲ୍ଡିଂ କାର୍ଯ୍ୟ ତଦାରଖ କରିବା ସହ ଅଚାନକ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଇତିହାସ ପାଠ ପଢ଼ାଇଲେ ।

ଗୋଟିଏ ପଟେ ସ୍କୁଲ ବିଲ୍ଡିଂ କାର୍ଯ୍ୟ ତଦାରଖ କଲେ ଆଉ ଅନ୍ୟପଟେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ । ବିଡ଼ିଓଙ୍କ ଏଭଳି କାର୍ଯ୍ୟକୁ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ପ୍ରଶଂସା କରିଛନ୍ତି ।