ମହମ୍ମଦ ମୋକିମଙ୍କ ସମର୍ଥକ ଦଳରୁ ଯାଇଛନ୍ତି, ସେମାନେ ଗଲେ କି ରହିଲେ କଂଗ୍ରେସର କିଛି ଫରକ ପଡ଼ିବନି

NEWS7
dont-use-derogatory-language-for-anyone-rahul-gandhi-tweets-in-defence-of-smriti-irani-

ଭୁବନେଶ୍ବର ୨୪।୧: କଂଗ୍ରେସରୁ ୪୧ ନେତାଙ୍କ ଇସ୍ତଫା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ । ସେ କହିଛନ୍ତି କିଛି ମାସ ପୂର୍ବରୁ ଦଳରୁ ବିଦା ହୋଇଥିବା ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ସମର୍ଥକ ମାନେ ଦଳରୁ ଯାଇଛନ୍ତି । ଯେଉଁମାନେ ଆଜି ସାମ୍ବାଦିକ ସମ୍ମିଳନୀ କରୁଥିଲେ ସେମାନେ କଂଗ୍ରେସର ନୁହନ୍ତି । ତେଣୁ ସେମାନେ ଗଲେ କି ରହିଲେ କଂଗ୍ରେସର କିଛି ଫରକ ପଡ଼ିବାରେ ନାହିଁ ।

ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଓଡ଼ିଶାରେ କଂଗ୍ରେସ ଆଗକୁ ବଢୁଛି । ପଶ୍ଚିମ ଓଡ଼ିଶାର ୪ ଜିଲ୍ଲାରେ ଗାନ୍ଧୀ ପଥେ ଓଡ଼ିଶା କାର୍ଯ୍ୟକ୍ରମ କରି ଭକ୍ତ ଦାସ କଂଗ୍ରେସର ଶକ୍ତି ବୃଦ୍ଧି କରିଛନ୍ତି । ତେଣୁ ମୋକିମ ଦଳ କରନ୍ତୁ କିଛି ଅସୁବିଧା ନାହିଁ । ସେମାନେ ତାଙ୍କ ସାଙ୍ଗରେ ରୁହନ୍ତୁ । ଅନେକ ତୁଙ୍ଗ ବ୍ୟକ୍ତି ଆଞ୍ଚଳିକ ଦଳ କରି ନିରାଶ ହୋଇଛନ୍ତି । ମୋକିମ ବି ଯେଉଁ ଦଳ କରିବେ ତାର ଭାଗ୍ୟ ବି ସେଇଆ ହେବ । ଏଥିରେ କଂଗ୍ରେସର କିଛି କ୍ଷତି ହେବନି ବୋଲି ଅରବିନ୍ଦ ଦାସ କହିଛନ୍ତି ।