ଆକଳନ ଠାରୁ ଭଲ ପ୍ରଦର୍ଶନ କଲ ଦେଶର ଜିଡିପି: ୭.୮% ରହିଲା ଗ୍ରୋଥ ରେଟ୍

NEWS7
dont-use-derogatory-language-for-anyone-rahul-gandhi-tweets-in-defence-of-smriti-irani-

ନୂଆଦିଲ୍ଲୀଶେୟାର ମାର୍କେଟ୍ ଲଗାତର ହ୍ରାସ ହେଉଥିବା ବେଳେ ଦେଶର ଅର୍ଥନୀତିକୁ ନେଇ ଆସିଛି ବଡ଼ ଖବର। ଆକଳନ ଠାରୁ ଭଲ ପ୍ରଦର୍ଶନ କଲା ଜିଡିପି ଅଭିବୃଦ୍ଧି। ଆର୍ଥିକ ବର୍ଷ ୨୦୨୫-୨୬ ର ତୃତୀୟ ତ୍ରୈମାସିକ (ଅକ୍ଟୋବର-ଡିସେମ୍ବର)ରେ ଜିଡିପି ଅଭିବୃଦ୍ଧି ୭.୮% ରହିଛି। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଫେବୃଆରୀ ୨୭ ତାରିଖରେ ଏହି ରିପୋର୍ଟ ଜାରି କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଏଥର ଜିଡିପି ଆକଳନ ୨୦୧୧-୧୨ ପରିବର୍ତ୍ତେ ୨୦୨୨-୨୩କୁ ମୂଳ ବର୍ଷ ଆଧାରରେ ଗଣନା କରାଯାଇଛି।

ଏହି ନୂଆ ସିରିଜ ହିସାବରେ ଏହି ତ୍ରୈମାସିକର ରିୟଲ ଜିଡିପି ₹୮୪.୫୪ ଲକ୍ଷ କୋଟି ଥିଲା। ଯାହା ଗତ ବର୍ଷର ସମାନ ତ୍ରୈମାସିକର ₹୭୮.୪୧ଲକ୍ଷ କୋଟି ଥିଲା। ସରକାର ବି ସମ୍ପୂର୍ଣ୍ଣ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଜିଡିପି ଅଭିବୃଦ୍ଧି ଆକଳନକୁ ୭.୬%କୁ ବୃଦ୍ଧି କରିଛନ୍ତି, ଯାହା ଗତ ବର୍ଷ ୭.୧% ଥିଲା।

GDPଅଭିବୃଦ୍ଧିର ପ୍ରମୁଖ କଥା

• ଆର୍ଥିକ ବର୍ଷ ୨୬ରେ ରିୟଲ ଜିଡିପି ଅଭିବୃଦ୍ଧି ୭.୬% ହେବ ବୋଲି ଆକଳନ କରାଯାଇଛି। ନୋମିନାଲ GDP ଅଭିବୃଦ୍ଧି ୮.୬% ହେବ ବୋଲି ଆଶା କରାଯାଉଛି।
• ଏହି ପ୍ରଦର୍ଶନ ଦ୍ୱିତୀୟ ତ୍ରୈମାସିକ (୮.୪%) ଏବଂ ତୃତୀୟ ତ୍ରୈମାସିକ (୭.୮%) ରେ ଦେଖାଯାଇଥିବା ଅଭିବୃଦ୍ଧି ପାଇଁ ହୋଇଛି।
• ଆର୍ଥିକ ବର୍ଷ୨୪ରେ ପ୍ରକୃତ GDP ଅଭିବୃଦ୍ଧି ୭.୨% ଏବଂ ଆର୍ଥିକ ବର୍ଷ୨୫ରେ ୭.୧% ରେକର୍ଡ କରାଯାଇଥିଲା।

ତେବେ ଭାରତର ଜିଡିପି ଅଭିବୃଦ୍ଧିର ଏହି ଉତ୍ଥାନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ,ଏହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ୫୦% ଟାରିଫ ମଧ୍ୟରେ ଘଟିଛି। ଟାରିଫ ପାଇଁ ସାରା ବିଶ୍ୱରେ ଅନିଶ୍ଚିତା ଲାଗି ରହିଥିବା ବେଳେ ଭାରତର ୭.୮ ପ୍ରତିଶତ ଗ୍ରୋଥ ରେଟରୁ ଏହା ଜଣାପଡ଼ୁଛି, ଯେ ଦେଶରେ ଘରୋଇ ଚାହିଦା ଓ ମେନୁଫେକ୍ଚରିଂରେ ସ୍ଥିତି ମଜଭୁତ ରହିଛି।

ଚାକିରିଆଡ୍ରାଇଭର ଏବଂ ଇ-ଯାନ ଡାଟା ମଧ୍ୟ ଅନ୍ତର୍ଭୁକ୍ତ

ନୂଆ ଜିଡିପି ସିରିଜରେ ୨୦୨୨-୨୩ କୁ ମୂଳ ବର୍ଷ ଭାବରେ ରଖାଯାଇଛି। ଅର୍ଥନୈତିକ ଆକଳନକୁ ଅଧିକ ସଠିକ୍ କରିବା ପାଇଁ, ଏଥିରେ ଏବେ GST ନେଟୱାର୍କ, ଇ-ଯାନ ଡାଟାବେସ୍ ଏବଂ ଘରୋଇ ସହାୟକ ରୋଷେୟା, ଡ୍ରାଇଭର ଏବଂ ଘରୋଇ କର୍ମଚାରୀଙ୍କ ସେବାରୁ ନିଆଯାଇଥିବା ତଥ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ଜିଡିପି ଆକଳନ ବେସ ଇଅରକୁ ଆଧାର କରି ନିର୍ଣ୍ଣୟ କରାଯାଇଥାଏ। ବେସ୍ ହେଉଛି ଗୋଟିଏ ନିର୍ଦ୍ଦିଷ୍ଟ ବର୍ଷରେ ଥିବା ମୂଲ୍ୟକୁ ଫିକ୍ସ ଭାବେ ନେଇ ବର୍ତ୍ତମାନର ଅର୍ଥନୈତିକ ଅଭିବୃଦ୍ଧି ମାପିବା ପାଇଁ ବ୍ୟବହୃତ କରାଯାଏ। ଏହା ମୁଦ୍ରାସ୍ଫୀତିର ପ୍ରଭାବକୁ ହଟାଇ ଦେଶର ପ୍ରକୃତ ଅଭିବୃଦ୍ଧି ଦର୍ଶାଇ ଥାଏ।

ଉଦାହରସ୍ୱରୂପ- ଯଦି ୨୦୧୧ରେ ଗୋଟିଏ କଲମର ମୂଲ୍ୟ ୫ ଟଙ୍କା ଥିଲା ଏବଂ ଆଜି ୧୦ ଟଙ୍କା ଅଛି, ଏବଂ ଯଦି ଆମେ ଆଜି ମଧ୍ୟ ୧୦୦ କଲମ ତିଆରି କରୁଛୁ, ତେବେ ୨୦୧୧ ହିସାବରେ ଜିଡିପି ୫୦୦ ଟଙ୍କା ହେବ। ସେହିପରି ଆଜିର ସମୟକୁ ହିସାବ କଲେ ଏହି ରେଟ୍ ୧୦୦୦ ଟଙ୍କା ରହିବ। ବେସ୍ ଇଅର ଆମକୁ ଏହା ବୁଝିବାରେ ସାହାଯ୍ୟ କରେ ଯେ ଆମେ ଅଧିକ କଲମ ତିଆରି କରୁଛୁ ନା କେବଳ କଲମ ମହଙ୍ଗା ହୋଇଯାଇଛି।

ଅର୍ଥନୀତିର ସ୍ଥିତି ବତାଏ ଜିଡିପି

GDP ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏକ ଦେଶ ମଧ୍ୟରେ ଉତ୍ପାଦିତ ସାମଗ୍ରୀ ଏବଂ ପ୍ରଦାନ କରାଯାଇଥିବା ସେବାର ମୂଲ୍ୟକୁ ବୁଝାଏ। ଏହାକୁ ଏକ ଦେଶର ଆର୍ଥିକ ସ୍ୱାସ୍ଥ୍ୟର "ରିପୋର୍ଟ କାର୍ଡ" ମଧ୍ୟ କୁହାଯାଇପାରେ। ଏଥିରେ କେବଳ ଭାରତୀୟ କମ୍ପାନୀଗୁଡ଼ିକ ନୁହେଁ ବରଂ ଦେଶରେ କାର୍ଯ୍ୟ କରୁଥିବା ବିଦେଶୀ କମ୍ପାନୀଗୁଡ଼ିକର ଉତ୍ପାଦନ ମଧ୍ୟ ଅନ୍ତର୍ଭୁକ୍ତ।

ଦୁଇ ପ୍ରକାରର ଜିଡିପି:ରିୟଲ ଓ ନୋମିନାଲ

ରିୟଲ ଜିଡିପି:ଏଥିରେ ସାମଗ୍ରୀ ଓ ସେବାର ମୂଲ୍ୟ ବେସ୍ ଉପରେ ଆଧାରିତ ହୋଇଥାଏ। ଏପର୍ଯ୍ୟନ୍ତ, ବର୍ଷଟି ୨୦୧୧-୧୨ ଥିଲା। ହେଲେ ଏବେ ଏହାକୁ ୨୦୨୨-୨୩କୁ ବେସ୍ ଇଅର ଭାବେ ହିସାବ କରାଯାଇଛି।• ନୋମିନାଲ ଜିଡିପି: ଏହା ବର୍ତ୍ତମାନର ବଜାର ମୂଲ୍ୟ ଉପରେ ଆଧାରିତ। ଏଥିରେ ମୁଦ୍ରାସ୍ଫୀତି ମଧ୍ୟ ଅନ୍ତର୍ଭୁକ୍ତ। ଯଦି ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଉଛି, ତେବେ ନୋମିନାଲ GDP ମଧ୍ୟ ଅଧିକ ଥିବା ଦେଖାଯିବ।

ଏବେ ଜିଡିପି ଗଣନା କିଭଳି କରାଯାଏ ଆସନ୍ତୁ ଜାଣିବା?

GDPଗଣନା କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସୂତ୍ର ବ୍ୟବହୃତ ହୋଇଥାଏ- ଏହା ହେଲା-$GDP = C + G + I + NX$

C (କଞ୍ଜପସନ): ଆପଣ ଓ ଅନ୍ୟମାନେ ଆବଶ୍ୟକତା ପାଇଁ ଯାହା ଖର୍ଚ୍ଚ କରନ୍ତି। 
G (ସରକାର): ଦେଶର ବିକାଶ ଏବଂ ସୁବିଧା ପାଇଁ ସରକାରଙ୍କ ଦ୍ୱାରା କରାଯାଇଥିବା ଖର୍ଚ୍ଚ।
I (ନିବେଶ): କମ୍ପାନୀଗୁଡ଼ିକ ସେମାନଙ୍କର ବ୍ୟବସାୟ ବିସ୍ତାର କରିବା ପାଇଁ କରିଥିବା ନିବେଶ।
NX (ନିଟ୍ ରପ୍ତାନି): ଅନ୍ୟ ଦେଶରୁ କିଣାଯାଇଥିବା ସାମଗ୍ରୀକୁ ବାଦ୍ ଦେଇ ଅନ୍ୟ ଦେଶକୁ ବିକ୍ରି ହେଉଥିବା ସାମଗ୍ରୀ। ଏହାକୁ ହିସାବ କରି ଦେଶରେ ଜିଡିପି ଆକଳନ କରାଯାଏ।