ମୁମ୍ଵାଇ ୨୩।୦୬; ସାଧାରଣତଃ କୁହାଯାଏ ଯେ କେଶରେ ତେଲ ଲଗାଇବା ଦ୍ୱାରା କେଶ ମଜବୁତ ହୋଇଥାଏ। ଏତିକି ହିଁ ନୁହେଁ ତେଲ ମାଲିସ କରିବା ଦ୍ୱାରା ଶରୀରରୁ ସମସ୍ତ ଥକ୍କାପଣ ଦୂର ହୋଇଥାଏ ଏବଂ ମାଂସପେଶୀ ଅଧିକ ଶକ୍ତିଶାଳୀ ହୁଏ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତିଦିନ କେଶ କିମ୍ବା ମୁଣ୍ଡରେ ତେଲ ଲଗାଇବା ଶୁଭ ନୁହେଁ। ମୁଣ୍ଡରେ ତେଲ ଲଗାଇବା ପାଇଁ କିଛି ନିୟମ ଅଛି। ଯଦି ଆପଣ ଏହି ନିୟମ ମାନନ୍ତି ନାହିଁ। ତେବେ ଆପଣଙ୍କୁ ଉଭୟ ଶାରୀରିକ ଏବଂ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। କେଉଁ ଦିନ ମୁଣ୍ଡରେ ତେଲ ଲଗାଇଲେ ମିଳେ କେଉଁ ଫଳ ଆସନ୍ତୁ ଜାଣିବା…
ସୋମବାର- ସୋମବାର ଦିନ ମୁଣ୍ଡରେ ତେଲ ଲଗାଉଥିବା ବ୍ୟକ୍ତିଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ।
ମଙ୍ଗଳବାର- ମଙ୍ଗଳବାର ଦିନ ତେଲ ଲଗାଇବା ଦ୍ୱାରା ଆୟୁଷ ହ୍ରାସ ପାଏ। ଏତିକି ନୁହେଁ ବ୍ୟକ୍ତିଙ୍କ ଦୁଃଖ କେବେ ଶେଷ ହୁଏ ନାହିଁ। ସାରା ଜୀବନ ଅସନ୍ତୁଷ୍ଟ ରହିଥାଆନ୍ତି।
ବୁଧବାର- ବୁଧବାର ଦିନ ମୁଣ୍ଡରେ ତେଲ ଲଗାଉଥିବା ବ୍ୟକ୍ତିଙ୍କ ଭାଗ୍ୟ ବୃଦ୍ଧି ପାଇଥାଏ। ଏପରି ବ୍ୟକ୍ତି ନିଜ ଭାଗ୍ୟରୁ ବହୁତ ରୋଜଗାର କରନ୍ତି।
ଗୁରୁବାର- ଗୁରୁବାର ଦିନ ଯେପରି କେଶ ଧୋଇବା ନିଷେଧ। ସେହିପରି ତେଲ ଲଗାଇବା ମଧ୍ୟ ଅନୁଚିତ୍। ଏହି ଦିନ ତେଲ ଲଗାଇବା ଦ୍ୱାରା ଋଣର ବୋଝ ବଢ଼ିଯାଏ। ଏପରି ପରିସ୍ଥିତିରେ, ଆଗାମୀ ସମୟରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ।
ଶୁକ୍ରବାର- ଏହି ଦିନ ତେଲ ଲଗାଇବା ଦ୍ୱାରା ଦାରିଦ୍ର୍ୟତା ଆସିଥାଏ। ଏହା ସହିତ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ପ୍ରତ୍ୟେକ କାର୍ଯ୍ୟରେ ବ୍ୟକ୍ତିର କ୍ଷତି ହୋଇଥାଏ।
ଶନିବାର- ଏହି ଦିନ ଯିଏ କେଶରେ ତେଲ ଲଗାନ୍ତି, ସେ ସମ୍ପତ୍ତି, ଧନ, ଯାନ ଏବଂ ଜ୍ଞାନ ପାଇଥାଆନ୍ତି। ଏହିପରି ବ୍ୟକ୍ତିମାନେ ସେମାନଙ୍କର ବୁଦ୍ଧି ଏବଂ ଶକ୍ତି ହେତୁ ବହୁତ କିଛି ହାସଲ କରନ୍ତି।
ରବିବାର- ଶାସ୍ତ୍ର ଅନୁସାରେ, ରବିବାର ଦିନ ତେଲ ଲଗାଇବା ଉଚିତ୍ ନୁହେଁ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଏହି ଦିନ ତେଲ ଲଗାଇବା ଦ୍ୱାରା ଶରୀରର ତାପମାତ୍ରା ବୃଦ୍ଧି ପାଏ। ଯାହାଦ୍ୱାରା ସ୍ୱାସ୍ଥ୍ୟ ଏବଂ ମନ ଉପରେ ଖରାପ ପ୍ରଭାବ ପଡ଼େ ଓ ସାରା ଜୀବନ ରୋଗରେ ଆକ୍ରାନ୍ତ ରହନ୍ତି।