ମିଥୁନ ସଂକ୍ରାନ୍ତି ଦିନ ଏହି ସବୁ ଜିନିଷକୁ କରନ୍ତୁ ଦାନ, ସୁଖମୟ ରହିବ ଜୀବନ

Published By : Prameya-News7 Bureau | June 10, 2025 IST

ନୂଆଦିଲ୍ଲୀ ୧୦।୦୬; ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ମିଥୁନ ସଂକ୍ରାନ୍ତିର ବିଶେଷ ମହତ୍ତ୍ଵ ରହିଛି।  କାରଣ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଗୋଚର କରନ୍ତି । ଏହି ସଂକ୍ରାନ୍ତି ସେତେବେଳେ ହୁଏ ଯେତେବେଳେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ବୃଷ ରାଶି ଛାଡି ମିଥୁନରେ ପ୍ରବେଶ କରନ୍ତି। ଏହି ବର୍ଷ ମିଥୁନ ସଂକ୍ରାନ୍ତି ଜୁନ୍ ୧୫ ତାରିଖ ରବିବାର ଦିନ ପଡୁଛି। ଏହି ଦିନ ସୂର୍ଯ୍ୟ ଦେବତା ବୃଷ ରାଶି ଛାଡି ମିଥୁନରେ ପ୍ରବେଶ କରିବେ। ସଂକ୍ରାନ୍ତି ଦିନ ଦାନ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ଦିନରେ କରାଯାଇଥିବା ଦାନର ବିଶେଷ ଫଳ ମିଳିଥାଏ।

ସୂର୍ଯ୍ୟଙ୍କୁ ଆତ୍ମା, ପିତା, ସମ୍ମାନ, ଶକ୍ତି, ନେତୃତ୍ୱ ଏବଂ ସ୍ୱାସ୍ଥ୍ୟର କାରକ ବୋଲି ବିବେଚନା କରାଯାଏ। ଗୋଟିଏ ରାଶିରୁ ଅନ୍ୟ ରାଶିରେ ତାଙ୍କର ପ୍ରବେଶ ସମସ୍ତ ୧୨ଟି ରାଶି ଉପରେ ଗଭୀର ପ୍ରଭାବ ପକାଏ। ମିଥୁନ ରାଶିରେ ସୂର୍ଯ୍ୟଙ୍କ ପ୍ରବେଶ ବ୍ୟକ୍ତିର ବୁଦ୍ଧି, ଜୀବନ ଏବଂ କ୍ଷମତାକୁ ପ୍ରଭାବିତ କରେ। କାରଣ ମିଥୁନର କର୍ତ୍ତା ବୁଧ। ଯାହା ବୁଦ୍ଧି ଏବଂ ବାଣୀର ଗ୍ରହ। ଏହି ସମୟରେ, ମିଥୁନରେ ସୂର୍ଯ୍ୟ, ବୁଧ ଏବଂ ଗୁରୁ (ବୃହସ୍ପତି) ଙ୍କର ତ୍ରିଗ୍ରହୀ ଯୋଗ ସୃଷ୍ଟି ହେଉଛି। ବିଶେଷକରି ସୂର୍ଯ୍ୟ ଏବଂ ବୃହସ୍ପତିଙ୍କ ସଂଯୋଗ ଗୁରୁ ଆଦିତ୍ୟ ରାଜଯୋଗ ସୃଷ୍ଟି କରେ। ଯାହାକୁ ଅତ୍ୟନ୍ତ ଶୁଭ ଏବଂ ଫଳପ୍ରଦ ବୋଲି ବିବେଚନା କରାଯାଏ। ଏହି ଯୋଗ ଜ୍ଞାନ, ଧନ, ପ୍ରତିଷ୍ଠା ଓ ନେତୃତ୍ୱ କ୍ଷମତାରେ ବୃଦ୍ଧି କରେ।

ଏହି ସବୁ ଜିନିଷ ଦାନ କରନ୍ତୁ…

ପୋଷାକ: ବୁଧ ଗ୍ରହ ସବୁଜ ରଙ୍ଗ ସହିତ ଜଡିତ। ସୂର୍ଯ୍ୟ ଦେବତା ହଳଦିଆ ରଙ୍ଗକୁ ଭଲ ପାଆନ୍ତି। ବୁଧ ମିଥୁନ ଗ୍ରହର ଅଧିପତି, ତେଣୁ ସବୁଜ ବସ୍ତ୍ର ଦାନ କରିବା ଅତ୍ୟନ୍ତ ଶୁଭ। ଏହା ଆପଣଙ୍କ ଜୀବନରେ ଶାନ୍ତି, ସମନ୍ୱୟ ଏବଂ ଆର୍ଥିକ ସ୍ଥିରତା ଆଣିଥାଏ।

ଅନ୍ନ ଦାନ: ସଂକ୍ରାନ୍ତି ଦିନ ଅନ୍ନ ଦାନକୁ ମହାଦାନ ଭାବରେ ବିବେଚନା କରାଯାଏ। ଏହା ଘରେ ଅନ୍ନ-ଧନ ଅଭାବ ହୁଏ ନାହିଁ। ପରିବାରରେ ଖୁସି ଲାଗି ରହିଥାଏ ଏହା ସହ ପୂର୍ବପୁରୁଷଙ୍କ ଆଶୀର୍ବାଦ ମିଳିଥାଏ।

ଜଳ ଦାନ: ଗ୍ରୀଷ୍ମ ଋତୁରେ ଜଳ ଦାନ କରିବା ଏକ ପରମ ପୁଣ୍ୟ କାର୍ଯ୍ୟ। ଏହା ପୂର୍ବପୁରୁଷଙ୍କୁ ଶାନ୍ତି ପ୍ରଦାନ କରେ। ଆପଣଙ୍କୁ ମାନସିକ ଶାନ୍ତି ଏବଂ ଖୁସି ମିଳିଥାଏ ।

ମୁଗ ଡାଲି: ମୁଗ ଡାଲି ବୁଧ ଗ୍ରହ ସହିତ ଜଡିତ। ଏହା ବୁଧ ଗ୍ରହକୁ ଶକ୍ତିଶାଳୀ କରେ, ଯାହା ବୁଦ୍ଧି, ବାଣୀ ଓ ବ୍ୟବସାୟରେ ଲାଭଦାୟକ।

ମିଶ୍ରି, ଚିନି କିମ୍ବା ଗୁଡ଼: ମିଠା ଜିନିଷ ଦାନ କରିବା ଶୁଭ ଏବଂ ଖୁସିର ପ୍ରତୀକ। ବ୍ରାହ୍ମଣ, ପିଲାମାନଙ୍କୁ କିମ୍ବା ମନ୍ଦିରରେ ଚିନି୦ମିଶ୍ରି ବା ଚିନି-ଗୁଡ଼ ଦାନ କରନ୍ତୁ। ଏହା ଆପଣଙ୍କ ଜୀବନରେ ଖୁସି ଆଣିଥାଏ।

ଯେକୌଣସି ତମ୍ବା ଜିନିଷ: ତମ୍ବା ହେଉଛି ସୂର୍ଯ୍ୟ ଦେବତାଙ୍କ ପ୍ରିୟ ଧାତୁ। ବ୍ରାହ୍ମଣ କିମ୍ବା ଅଭାବୀ ବ୍ୟକ୍ତିଙ୍କୁ ତମ୍ବା ପାତ୍ର ବା ଯେକୌଣସି ଛୋଟ ତମ୍ବା ଜିନିଷ ଦାନ କରନ୍ତୁ। ଏହା ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିଥାଏ। ଯାହା ସମ୍ମାନ, ସ୍ୱାସ୍ଥ୍ୟ ଏବଂ ଶକ୍ତି ବୃଦ୍ଧି କରେ।

ଗୋ ମାତାଙ୍କୁ ଚାରା/ ଘାସ: ଗାଈକୁ ଚାରା ଖୁଆଇବା ବହୁତ ପୁଣ୍ୟ ବୋଲି ବିବେଚନା କରାଯାଏ। କାରଣ ସମସ୍ତ ଦେବୀ-ଦେବତା ଗାଈରେ ବାସ କରନ୍ତି। ସବୁଜ ଚାରା ମଧ୍ୟ ବୁଧ ଗ୍ରହ ସହିତ ଜଡିତ। ଏହା ସମସ୍ତ ଦେବା-ଦେବୀଙ୍କୁ ପ୍ରସନ୍ନ କରିଥାଏ ଏବଂ ଆପଣଙ୍କ ଜୀବନରେ ଖୁସି ଆଣିଥାଏ।

ମିଥୁନ ସଂକ୍ରାନ୍ତି ଦିନ ଦାନ କରିବା ପୂର୍ବରୁ, ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟ ଦେବତାଙ୍କୁ ଲାଲ ଚନ୍ଦନ ଏବଂ ଫୁଲ ମିଶ୍ରିତ ଜଳ ଅର୍ପଣ କରନ୍ତୁ। ସେହି  ଦିନ ଏହିସବୁ ଜିନିଷ ଦାନ କରିବା ଦ୍ୱାରା ସୂର୍ଯ୍ୟ ଦେବତା ଏବଂ ବୁଧ ଦେବତା ପ୍ରସନ୍ନ ହୁଅନ୍ତି। ଯାହା ଆପଣଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି, ଜ୍ଞାନ ଏବଂ ମଙ୍ଗଳ ବଜାୟ ରଖେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.