ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଲଗାତାର ପୋଷ୍ଟ କରୁଥିବା ଜଣେ ବ୍ୟକ୍ତି ନିଜ ପରିବାରର ୪ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଘଟଣା ସାମନାକୁ ଆସିଛି । ପୋଲିସକୁ ୪୬ ବର୍ଷୀୟ ଆନ୍ଥୋନୀ ନେଫ୍ୟୁଙ୍କ ମଧ୍ୟ ମୃତ ଦେହ ମିଳିଛି । ପୋଲିସର କହିବା ଅନୁସାରେ ପରିବାରକୁ ହତ୍ୟା କରିବା ପରେ ଆନ୍ଥୋନୀ ନିଜକୁ ଗୁଳି କରିଛି ।
ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁସାରେ ନଭେମ୍ୱର ୭ରେ ଏହି ଘଟଣା ସାମନାକୁ ଆସିଥିଲା । ଆମେରିକାର ମିନେସୋଟାରୁ ସମସ୍ତଙ୍କ ମୃତ ଦେହ ମିଳିଥିଲା । ପୋଲିସର କହିବା ଅନୁସାରେ ଅଭିଯୁକ୍ତର ପୂର୍ବତନ ପତ୍ନୀ ଏରିନ ଆବ୍ରାମସନ ଏବଂ ତାଙ୍କ ପୁଅଙ୍କ ମୃତ ଦେହ ଜବତ ହୋଇଛି । ଏହା ବ୍ୟତୀତ ଅନ୍ୟ ଏକ ଆପାର୍ଟମେଣ୍ଟରେ ଅଭିଯୁକ୍ତର ପତ୍ନୀ କ୍ୟାଥରିନ ନେଫ୍ୟୁ ଏବଂ ତାଙ୍କ ପୁଅ ଓଲିଭର ନେଫ୍ୟୁଙ୍କ ମୃତ ଦେହ ମିଳିଛି ।
ପୋଲିସ ମୁଖ୍ୟ ମାଇକ୍ ସେନୋଭା କହିଛନ୍ତି ଯେ ପୂରା ପରିବାରକୁ ହତ୍ୟା କରିବା ପରେ ଆନ୍ଥୋନୀ ନିଜକୁ ଗୁଳି କରିଛି । ଆନ୍ଥୋନୀ ନେଫ୍ୟୁ ମାନସିକ ରୋଗୀ ଥିଲା । ସେ ସୋସିଆଲ୍ ମିଡିଆରେ ଅନେକ ପୋଷ୍ଟ କରି ବାମପନ୍ଥୀ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧୀରେ ମତ ରଖୁଥିଲେ ।
ଜୁଲାଇରେ ନେଫ୍ୟୁ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ସେ କହିଥିଲେ ଯେ ମୋର ମାନସିକ ସ୍ୱାସ୍ଥ୍ୟ ଏବଂ ଦୁନିଆରେ ଏକ ସାଙ୍ଗରେ ଶାନ୍ତି ରହି ପାରିବ ନାହିଁ । ଏହା ପଛର କାରଣ ହେଉଛି 'ଧର୍ମ' । ନେଫ୍ୟୁ କହିଥିଲେ ଯେ ଧାର୍ମିକ କଟ୍ଟରପନ୍ଥୀଙ୍କଠାରୁ ଭୟ ଅଛି, ଯାହା ମୋର ପରିବାର ଉପରେ ଲଦା ଯାଉଛି । ଲୋକେ ଭାବୁଛନ୍ତି ଯେ ମୁଁ ଏବଂ ମୋର ପିଲାମାନେ ସୈତାନ ଏବଂ ଇସାଇ ବିରୋଧୀ । ଅନ୍ୟ ଏକ ପୋଷ୍ଟରେ ନେଫ୍ୟୁ ରିପବ୍ଲିକାନ ଉପରେ ରାଗି କରିଥିଲେ ଯେ ଏମାନେ ମହିଳାଙ୍କ ପାଇଁ ସମସ୍ୟା ଜଟିଳ କରୁଛନ୍ତି ।