LIVE TV

୩-୪ ଦିନ ମଧ୍ୟରେ ଶାନ୍ତି ପ୍ରସ୍ତାବ ସ୍ୱୀକାର କର ନୁହେଁ ତ ... ହମାସକୁ ୱାର୍ଣ୍ଣିଂ ଦେଲେ ଟ୍ରମ୍ପ

NEWS7
Gaza peace plan

ନୂଆଦିଲ୍ଲୀ - ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ କହିଛନ୍ତି ଯେ, ଗାଜା ଶାନ୍ତି ପ୍ରସ୍ତାବ ଉପରେ ପ୍ରତିକ୍ରିୟା ଦେବା ପାଇଁ ହମାସକୁ ପ୍ରାୟ ୩-୪ ଦିନ ସମୟ ଦିଆଯାଇଛି। ସେ ଚେତାବନୀ ଦେଇ କହିଛନ୍ତି , ଯଦି ହମାସ ଏହି ପ୍ରସ୍ତାବକୁ ଗ୍ରହଣ  ନକରେ , ତେବେ ଏହାର ପରିଣାମ ଖୁବ୍‌ ଭୟଙ୍କର ହେବ। ଟ୍ରମ୍ପ କହିଛନ୍ତି - ହମାସ ଏହାକୁ ଗ୍ରହଣ କରୁ କି ନକରୁ , କିନ୍ତୁ ଯଦି ସେ ମନା କରେ, ତେବେ ଏହାର ଫଳ ଖୁବ୍‌ ଦୁଃଖଦ ହେବ। ଏହି ସମୟରେ ସେ କହିଛନ୍ତି ଯେ, ଏହି ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଆଉ କୌଣସି ସୁଯୋଗ ରହି ନାହିଁ। ଇସ୍ରାଏଲ ଆରବ ଦେଶର ନେତାମାନେ ଏହି ପ୍ରସ୍ତାବକୁ ପୂର୍ବରୁ ସବୁଜ ସଙ୍କେତ ଦେଇ ସାରିଛନ୍ତି  ଏବଂ ଏବେ ହମାସର ନିଷ୍ପତ୍ତିକୁ ଅପେକ୍ଷ। ଯେତେବେଳେ ଆମେରିକା ରାଷ୍ଟ୍ରପତିଙ୍କୁ ପଚରାଗଲା ଯେ, ଏହି ପ୍ରସ୍ତାବ ଉପରେ କିଛି ବାରଗେନି କରିବାର ସୁଯୋଗ ଅଛି କି ? ଟ୍ରମ୍ପ କହିଥିଲେ -ଏହା ସେତେ ଅଧିକ ନୁହେଁ।

କଣ ରହିଛି ଟ୍ରମ୍ପଙ୍କ ପ୍ରସ୍ତାବ ?

କହି ରଖୁଛୁ କି , ସୋମବାର , ଆମେରିକାର ରାଷ୍ଟ୍ରପତି ଇସ୍ରାଏଲପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସହ କଥା ହୋଇ ଥିଲେ । ଏହା ପରେ, ହ୍ଵାଇଟ୍‌ ହାଉସ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସେହି ପ୍ରସ୍ତାବିତ ଯୋଜନାକୁ ଜାରି କରିଛି, ଯାହା ମାଧ୍ୟମରେ ଗାଜାରେ ଜାରି ଇସ୍ରାଏଲ-ହମାସ ଯୁଦ୍ଧକୁ ସମାପ୍ତ କରିବାକୁ ଚେଷ୍ଟା କରାଯାଇଛି। ସୋମବାର ହ୍ବାଇଟ୍ ହାଉସରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ସାକ୍ଷାତ କରିବା ପରେ, ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଏହି ଯୋଜନା ପ୍ରତି ତାଙ୍କର ସମର୍ଥନ ଜଣାଇ ଥିଲେ। ହେଲେ ଏବେସୁଦ୍ଧା ଏହା ସ୍ପଷ୍ଟ ହୋଇ ନାହିଁ ଯେ, ହମାସ ଏହି ପ୍ରସ୍ତାବକୁ  ସ୍ୱୀକାର କରିବ କି ନାହିଁ।

ଟ୍ରମ୍ପଙ୍କ ଯୋଜନାର ମୁଖ୍ୟ ବିନ୍ଦୁଗୁଡ଼ିକ ଏହିପରି  ...

୧- ଗାଜାକୁ ମୌଳବାଦୀ (କଟ୍ଟରପନ୍ଥୀ) ଓ ଆତଙ୍କବାଦ ମୁକ୍ତ ଅଞ୍ଚଳ କରାଯିବ, ଯାହା ଏହାର ପଡ଼ୋଶୀଙ୍କ ପାଇଁ କୌଣସି ବି ବିପଦ ସୃଷ୍ଟି କରିବ ନାହିଁ।

୨-  ସେଠାର ନାଗରିକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗାଜାର ପୁନଃନିର୍ମାଣ କରାଯିବ, ଯେଉଁମାନେ ଦୀର୍ଘ ସମୟ ଧରି ଯନ୍ତ୍ରଣା ସହିଛନ୍ତି।

୩- ଉଭୟ ପକ୍ଷର ସହମତିରେ ଯୁଦ୍ଧ ତୁରନ୍ତ ବନ୍ଦ ହେବ। ଇସ୍ରାଏଲ ସେନା ପ୍ରତ୍ୟାହାର କରିବ ଏବଂ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ପ୍ରସ୍ତୁତି କରାଯିବ। ଏହି ସମୟ ମଧ୍ୟରେ ସମସ୍ତ ସାମରିକ କାର୍ଯ୍ୟକଳାପ ସ୍ଥଗିତ ରହିବ।

୩- ଇସ୍ରାଏଲ ଦ୍ୱାରା ଚୁକ୍ତିନାମା ସାର୍ବଜନୀତ ଭାବେ ସ୍ୱୀକାର କରାଯିବାର ୭୨ ଘଣ୍ଟା ମଧ୍ଯରେ ସମସ୍ତ ବନ୍ଧକ (ଜୀବିତ ଏବଂ ମୃତ)ଙ୍କୁ ଫେରାଇ ଦିଆଯିବ।

୪-ସମସ୍ତ ବନ୍ଧକଙ୍କ ମୁକ୍ତି ପରେ, ଇସ୍ରାଏଲରେ ଆଜୀବନ କାରାଦଣ୍ଡ ଭୋଗୁ ଥିବା ୨୫୦ କଏଦୀ ଓ ୧୭୦୦ ଗାଜାବାସୀଙ୍କୁ ମୁକ୍ତ କରିବ, ଯେଉଁଥିରେ ମହିଳା ଓ ଶିଶୁ ସାମିଲ ଅଛନ୍ତି। ମୃତ ଇସ୍ରାଏଲୀ ବନ୍ଧକଙ୍କ ବଦଳରେ ମୃତ ଗାଜାବାସୀଙ୍କ ମୃତଦେହ ମଧ୍ୟ ଫେରସ୍ତ କରାଯିବ ପ୍ରତ୍ୟେକ ଇସ୍ରାଏଲୀ ବନ୍ଧକଙ୍କ ଅବଶେଷର ମୁକ୍ତ ବଦଳରେ, ଇସ୍ରାଏଲ ୧୫ ମୃତ ଗାଜାବାସୀଙ୍କ ଅବଶେଷକୁ ଜାରି କରିବ।

୫- ଯେଉଁ ହମାସ ସଦସ୍ୟମାନେ ଶାନ୍ତିପୂର୍ଣ୍ଣ ସହବସ୍ଥାନକୁ ଗ୍ରହଣ କରିବେ ଏବଂ ସେମାନଙ୍କର ଅସ୍ତ୍ରଶସ୍ତ୍ର ତ୍ୟାଗ କରିବେ , ସେମାନଙ୍କୁ କ୍ଷମା ପ୍ରଦାନ କରାଯିବ ଯେଉଁମାନେ ଗାଜା ଛାଡିବାକୁ ଚାହାଁନ୍ତି, ସେମାନଙ୍କୁ ସୁରକ୍ଷିତ ଭାବେ ଯିବାକୁ ଦିଆଯିବ।

୬- ଚୁକ୍ତିନାମା ଅନୁସାରେ, ଗାଜାରେ ସମ୍ପୂର୍ଣ୍ଣ ମାନବିକ ସହାୟତା ପଠାଯିବ, ଯେଉଁଥିରେ ଭିତ୍ତିଭୂମିର ପୁନଃନିର୍ମାଣ ମଧ୍ୟ ସାମିଲ ହେବ।

୭-ସହାୟତା ବଣ୍ଟନ ଜାତିସଂଘ, ରେଡ କ୍ରିସେଣ୍ଟ ଏବଂ ଅନ୍ୟାନ୍ୟ ନ୍ତର୍ଜାତୀୟ ସଂସ୍ଥାର ଅନୁଧ୍ୟାନରେ ହେବ। ରାଫା କ୍ରସିଂକୁ ପୁନଃ ଖୋଲିବା ପାଇଁ ନିଷ୍ପତ୍ତି ୧୯ ଜାନୁଆରୀ ୨୦୨୫ର ଚୁକ୍ତି ଅନୁସାରେ ସ୍ଥିର ବ୍ୟବସ୍ଥା ଅନୁଯାୟୀ ନିଆଯିବ।

୮-ଗାଜାର ପ୍ରଶାସନ ଏକ ଅସ୍ଥାୟୀ, ବୈଷୟିକ ଏବଂ ଅଣ-ରାଜନୈତିକ ପାଲେଷ୍ଟାଇ କମିଟିକୁ ହସ୍ତାନ୍ତର କରାଯିବ, ଯାହାର ତତ୍ତ୍ୱାବଧାନ ଏକ ‘ ବୋର୍ଡ ଅଫ୍‌ ପିସ୍‌’ କରିବ। ଏହି ସଂସ୍ଥାର ଅଧ୍ୟକ୍ଷ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହେବେ। ଏଥିରେ ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କ ସହ ଅନ୍ୟାନ୍ୟ ବିଶ୍ବ ସ୍ତରୀୟ ନେତାମାନେ ସଦସ୍ୟ ଭାବେ ସାମିଲ ହେବେ।

୯- ଗାଜର ପୁନଃନିର୍ମାଣ ଏବଂ ଆର୍ଥିକ ବିକାଶ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯିବ, ଯେଉଁଥିରେ ପଶ୍ଚିମ ଏସିଆର ଆଧୁନିକ ସହର ପ୍ରକଳ୍ପରେ ଯୋଗଦାନ ଦେଇଥିବା ବିଶେଷଜ୍ଞ ସାମିଲ ହେବେ।

୧୦- ଏକ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ପ୍ରତିଷ୍ଠା କରାଯିବ, ଯେଉଁଥରେ ବାଣିଜ୍ୟ ରିହାତି ଏବଂ ସ୍ୱତନ୍ତ୍ର ଶୁଳ୍କ ହାର ନିର୍ଦ୍ଧାରଣ କରାଯିବ।  

୧୧- ଗାଜା ଛାଡିବାକୁ କିମ୍ୱା ଫେରିବାକୁ କାହାକୁ ବାଧ୍ୟ କରା‌ଯିବ ନାହିଁ, ଏବଂ ସେମାନଙ୍କୁ ସ୍ୱାଧୀନତା ଦିଆଯିବ।

୧୨- ଗାଜାର ଶାସନରେ ହମାସ ଏବଂ ଅନ୍ୟାନ୍ୟ ଗୋଷ୍ଠୀଗୁଡ଼ିକୁ କୌଣସି ପ୍ରକାରର ସାମିଲ କରାଯିବ ନାହିଁ ।